ପତିତପାବନ ଲୀଳା - ସସ୍ମିତା ସାହୁ

0
ଗୋପୀଙ୍କ ଗାଧୁଆ ତୁମେ ଦେଖୁଥିଲ
କଦମ୍ବ ଡାଳରେ ଲୁଚି ,
ତାଙ୍କରି ଶାପରେ ଦେଖୁଛି ଦୁନିଆ
ତୁମରି ଗାଧୁଆ ନୀତି II
ଜନମିଲ ପ୍ରଭୁ ତୁମରି ଇଛାରେ
ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣମୀରେ,
ଜଳ ସ୍ନାନ କରି ଶୀତଳ ହୋଇଲ
ଅଣତୁଠ ମନ୍ତ୍ର ଜଳେ II
ବେଦ ଧ୍ୱନି ଶୁଭେ ଆଦ୍ୟ ସ୍ନାନ ଆଜି
ପତିତପାବନ ଲୀଳା ,
ଦାରୁ ବ୍ରମହଙ୍କର ଜଳ ସ୍ନାନ ଚାଲେ
ଅଟଇ ଅମୃତ ବେଳା II
ମହୋଶଧି ମିଶା ଜଳରେ ଗାଧୋଇ
ହୋଇବ ଆଜି ଅସୁସ୍ଥ ,
ଶରୀର ଉତ୍ତାପ ବଢି ଯିବ ତୁମ
ହୋଇବ ଜ୍ୱରରେ ଗ୍ରସ୍ତ II
ରୋଗ ହେଲେ ଆମେ ଡାକୁ ଯେ ତୁମକୁ
ନାଥ ମୋତେ ଭଲ କର,
ତୁମେ ରୋଗୀ ହେଲେ ତୁମ କଷ୍ଟ ପ୍ରଭୁ
କିଏ ସେ କରିବ ଦୂର II
ତୁମେ ହିଁ ନିୟମ ତୁମେ ହିଁ ବିଧାନ
ତୁମେ ବିଧି ତୁମେ ବ୍ରହ୍ମ ,
ତୁମ ରଚନାକୁ ତୁମେ ହିଁ ବୁଝିଛ
ତୁମେ ପ୍ରଭୁ ପରଂବ୍ରହ୍ମ II
ଦେଖି ହୁଏ ଆଖି ପବିତ୍ର ହେ ପ୍ରଭୁ
ଆତ୍ମା ହୋଇ ଯାଏ ଲୀନ ,
ତୁମକୁ ଖୋଜିବ ଏ ହୃଦୟ ମୋର
ସୁଦୀର୍ଘ ପନ୍ଦର ଦିନ II

Writer's Details: ସସ୍ମିତା ସାହୁ, ନାଶିକ ,ମହାରାଷ୍ଟ୍ର
Content Category:
Submission Date: Jun 21, 2019

Post a Comment

0Comments
Post a Comment (0)