ମୋ ପ୍ରିୟାର ପ୍ରେମ - ପ୍ରଶାନ୍ତ କୁମାର ନାଥ

0
ଭଲପାଏ ବୋଲି ଓଠରେ ସିନା ମୁଁ
ପ୍ରିୟାକୁ ଦେଉଛି କହି
ହେଲେ ଲକ୍ଷେ ଶିବ ପୂଜୁଅଛି ସିଏ
କେବଳ ମୋହରି ପାଇଁ ।

ମୋହରି ପାଇଁକି ଶୁଭ ମାନସୀ ସେ
କରୁଛି ଉପାସ ବ୍ରତ
ପ୍ରଭୁଙ୍କ ମଥାରେ କ୍ଷୀର ସେ ଢାଳୁଛି
କରୁଛି ତାଙ୍କ ସାକ୍ଷାତ।

ନଡିଆ ଭାଙ୍ଗୁଛି ମୋହରି ନାମରେ
ମୋ ନାମେ ପୁଜୁଛି ହର
ମୋପାଇଁ ପରା ସେ ଉଜାଗର ରହି
ପାଳୁଛି ଆଜି ଜାଗର ।

ନିଜ କଥା ଭୁଲି ମୋ କଥା ଭାବୁଛି
ଚାହୁଁଅଛି ମୋର ଖୁସି
ମୋହରି ଖୁସିରେ ଖୁସି ସେ ହେଉଛି
ନହେଲେ ଯାଉଛି ଋଷି ।

ଏତେ ଭଲ ସିଏ ପାଉଅଛି ମୋତେ
ଭାବିଲେ ଲାଗୁଛି ଡର
ତା ପ୍ରେମଟା ଏବେ ଲାଗୁଅଛି ମୋତେ
ନିଜ ଠୁଁ ବେଶି ନିଜର ।

Writer's Details: ପ୍ରଶାନ୍ତ କୁମାର ନାଥ
Content Category:
Submission Date: Jul 10, 2019

Post a Comment

0Comments
Post a Comment (0)