ମୋ କଳା ଠାକୁର - ଅମ୍ରିତେଶ ଖଟୁଆ

ମୋ କଳା ଠାକୁର - ଅମ୍ରିତେଶ ଖଟୁଆ

ତୁମ୍ଭ ପରାଣେ ମୋର ଆତ୍ମାର ସୁରଭି,
ତୁମ୍ଭ ପଦ ହୁଣ୍ଡେ ବାଜେ କାହାଳି ଦୁନ୍ଦୁଭି।
ତୁମ୍ଭର ଭାବରେ ସଦା ନିମଜ୍ଜିତ ବିଭୁ,
ତୁମର ଭକତି ସଦା ଆମ୍ଭେ ଯହିଁ ଲଭୁ।
ତୁନି ହୁଏ ଚକାଡୋଳା ଭକ୍ତ ଅଶ୍ରୁ ଦେଖି,
ତେଣେ ବତୁରେ ଏ ସ୍ୱପ୍ନ ଭାବକୁ ନିରେଖି।
ଶିରୀ ରମ୍ୟ ଷୋଳ ଶ୍ୟାମ ରଞ୍ଜିଛନ୍ତି ଲୟେ,
ଶିରୀପତି ଧାର୍ଯ୍ୟ କରିଛନ୍ତି ମିତ ପ୍ରାୟେ।
ପଦ୍ମାଳୟା ରଞ୍ଜିଛନ୍ତି ଭକତଙ୍କ ଲୁହ,
ପ୍ରଭୁ ତେଜିଛନ୍ତି ରତ୍ନ ଅସରପି ସୁଅ।
ପ୍ରକାଶନ୍ତି ରମ୍ୟ ସପ୍ତ ପୁର ସମ ସ୍ପୃହା,
ପ୍ରଗଲ୍ଭା ହୁଅଇ ସତେ ହରିବୋଲ ଆହା।
ପ୍ରମତ୍ତ ଭଞ୍ଜିବେ ସୁର ଅଧରର ବାଙ୍କେ,
ପତିତ ଜନଙ୍କୁ ଉଦ୍ଧରିବେ ସେହୁ ଅଙ୍କେ।
ପୂଜିବେ ଭରତଖଣ୍ଡେ ଧରମ ସୁଲଭ,
ପାଇବେ ସମ୍ୟକ ନାମ ପଦ୍ମିନୀ ବଲ୍ଲଭ।
ପିକ ଘେନିଛନ୍ତି ମୁଖେ ତୁମ୍ଭର କାକଳି,
ପୁଣି ଶିଶୁ କରିଛନ୍ତି ନିଷ୍କପଟ ଅଳି।
ପାମର ପାମର ରଟେ ମାନବ ମାନସ,
ପ୍ରକୃତ ବିଭାସି ସତେ ନିଜର ବିବଶ।
ପଥ କହେ ତୁମ୍ଭ ଛୁଆଁ ସତେ ନନ୍ଦ ବନ,
ପୁଷ୍ପିତ ହୁଅଇ ସତେ ମକରନ୍ଦ ଆନ।
ପଡିଛନ୍ତି ଲୋଟିଛନ୍ତି ଭକ୍ତ ହୃଦ ଦାଣ୍ଡେ,
ପଶିଛନ୍ତି ପତିତକୁ ବଳଗଣ୍ଡି ଦଣ୍ଡେ।
ପୀରତି ଆୟୁଷ କହେ ହରି ହରି ନାମ,
ପୃଥିବୀ ମଣ୍ଡନେ ସେହୁ ଏକା ସୁର ମମ।
ପୁରୁଷ ନୁହଇଁ ସେହୁ, ନୁହେଁ କୃଷ୍ଣ ରାଧା,
ପୁରନ୍ଦର ମେଘ ମନ୍ଦ୍ର ନ କରନ୍ତି ବାଧା।
ପୁଷ୍ପମଧୁ ବାସିଛନ୍ତି ଅଗୁରୁ କର୍ପୂର,
ପକ୍ଷୀମାନେ ବେଢିଛନ୍ତି ନୀଳିମା ଅମ୍ବର।
ପ୍ଳାବିତ ମୁଖରେ ଡାକେ ମଣିମା ମଣିମା,
ପାଶେ ନାହିଁ ରତ୍ନ ସ୍ୱର୍ଣ୍ଣ ତାମ୍ର ଓ ଅଣିମା।
ପଠାଇବି ପୋଡ ପିଠା ପଖାଳ ସ୍ୱାଦିଷ୍ଟ,
ପାସୋରିବି ତୁମ୍ଭ ପାଶେ ସକଳ ବିନଷ୍ଟ।
ପେଟ ଭୋକ ଲୋଡେ ନାହିଁ ମୁଖକ୍ଳିଷ୍ଟ ଶୋଷ,
ପବିତ୍ର ପବିତ୍ର ବୋଲି ଅର୍ଜିଛନ୍ତି ଯଶ।
ପୀଡା ପୁଣି ନାହିଁ ମୋର ଅନୁଦାର ପଣେ,
ପୂଜିବାକୁ ପଦ ତଳେ ତୁମ ଭବରାଣେ।
ପାଦଦେଶେ ପୟୋ ଧାରା ତୁମ୍ଭର ବହଇ,
ପାମର ଅମ୍ରିତେଶ ମୁଁ କହିଲା ଗୋ ସହି 

Writer's Details: ଅମ୍ରିତେଶ ଖଟୁଆ
ଠିକଣା:- ୨୩୭, ଫେଜ-୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର-୭୫୧୦୨୫୪
Content Category:
Submission Date: Jul 07, 2019

0 Comments