ମୋ ଜଗା ରଥେ ବସିବ - ସୁଧାକର ସେଠୀ

0


ମୋ ଜଗା ରଥେ ବସିବ
ବାଟେ ବାଟେ ରହିରହି ସେ ଯିବ
ମୋ ଜଗା ରଥେ ବସିବ

ଜଗତର ଡୋରି ଧରିଛି ସେ ହାତେ
ଆଜି ତାକୁ ଭକ୍ତ ଭିଡିବ
ମୋ ଜଗା ରଥେ ବସିବ

ଦେଖ ପହଣ୍ଡି ହେଲାଣି 
ଜଗା ମୁହଁ ଦଶିଲାଣି
କି ରଙ୍ଗ ଢଙ୍ଗେ ଆସୁଛି ମୋ କଳାମାଧବ
ମୋ ଜଗା ରଥେ ବସିବ

ଭକତ ପାଇଁ ସେ ବାଇ
କିଛି କଥା ଶୁଣେତ ନାହିଁ
ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ଯିବ
ମୋ ଜଗା ରଥେ ବସିବ

ମନ ମୋର ହୁଏ ଉଚ୍ଚାଟ
ଦେଖନ୍ତି ସେ କାଳିଆ ମୁଖ
ସକାଳ ପହରୁ ନିଦଭାଙ୍ଗିଲାଣି
ମନରେ ଜାଗିଛି ତହରି ଭାବ
ମୋ ଜଗା ରଥେ ବସିବ

ଘିଡିଘିଡି ଯିବରେ ଗଡି
ତ ରଥକୁ ନେବେରେ ଭିଡି
ଏ ଜୀବରଥ ତ କରୁଣା କେବେ ଲଭିବ
ମୋ ଜଗା ରଥେ ବସିବ

ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪

Post a Comment

0Comments
Post a Comment (0)