କାନ୍ଦୁଛି ଆଜି କଣ୍ଠ ଫଟେଇ
ସେଇ ହିରୋସୀମା ଛାତିମନେ ପକାଏ ସେ ସେଦିନର ସେଇ
ହୃଦୟବିଦାରକ ରାତି ।
ପଲକେ ଘୋଟିଲା ଅଗ୍ନି ବଳୟ
ଧ୍ବଂସ କରିଲା ସ୍ରୁଷ୍ଟି
ଖେଲାଇଲା ଭିତି କଅଁଳ ତନୁତା
ନିମିଷେ ପଡିଲା ଲୋଟି ।
ହାୟରେ ନିର୍ଦ୍ଦୟ ରଚିଲୁ କେମିତି
ମୃତ୍ୟୁର ବିଭିଷିକା
ନିଷ୍ଠୁର ମାନବ ସାଜିଲା ଅନ୍ଧ
କିଏ ସେ କରିବ ରକ୍ଷା।
ପରମାଣୁ ଶକ୍ତି ବଳିୟାନ ହେଲା
ବିଶ୍ବଯୁଦ୍ଧରେ ତାତି
ସବୁଜ ପ୍ରାନ୍ତର ହେଲା ମରୁଭୂମି
ପରାହତ ହେଲା ଶାନ୍ତି ।
"ଲିଟିଲ୍ ବୟ "ସେ ପରମାଣୁ ବୋମା
ପାଞ୍ଚ ହଜାର କେଜି
ଦୁଇଶହ ପଞ୍ଚତ୍ରିଶ ୟୁରାନିୟମ
କଳେବର ତାର ସାଜି।
ପାଞ୍ଚଶହ ଅଶୀ ମିଟର ଉଚ୍ଚରୁ
ଫୁଟିଲା ଯେ ଶବ୍ଦ ଭେଦି
ପନ୍ଦର ହଜାର ଉର୍ଜା ବାହାରି
ପ୍ରଳୟକୁ କଲା ସାଥୀ ।
ଲକ୍ଷେ ଆତ୍ମା ଆଜି କାନ୍ଦି କହୁଛି
ରଖ ବିଶ୍ବରେ ବାଜି
ଶାନ୍ତିର କପୋତ ଉଡାଇ ଦେବାକୁ
କୋଣ ଅନୁକୋଣୁ ଖୋଜି।
ଚାପି ରଖି ସେଇ ଅବିସ୍ମରଣୀୟ
ଅଭୂଲା ମୁହୂର୍ତ୍ତ ରାଜି
ବିଶ୍ବ ଶାନ୍ତି ପାଇଁ ସ୍ବପ୍ନ ଦେଖୁଛି
ଦିବସରେ ତାର ଆଜି
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 25, 2019