ଅନୁଭୂତି କଥା - ବଳି ପ୍ରଥା ବନ୍ଦ କେବେ - ରାକେଶ ସାହୁ

ଅନୁଭୂତି କଥା - ବଳି ପ୍ରଥା ବନ୍ଦ କେବେ - ରାକେଶ ସାହୁ

ରାତିର କେଉଁ ପ୍ରହର ଜଣା ନାହିଁ, ଶୋଇଯାଇଥିଲି ନିଘୋଡ଼ ନିଦରେ । ବୋଧହୁଏ ନିଦ୍ରାଦେବୀ ଟିକିଏ ଅଧା ନିଦ୍ରାକୁ ଚାଲିଯାଇଥିଲି ମାନେ ସ୍ବପ୍ନ ରାଇଜକୁ । ହଠାତ ସେଇ ରାଇଜରେ ଦେଖା ହୁଅନ୍ତି ଜଣେ ପୁରୁଣା ବନ୍ଧୁ । ଢେର ଗପ ହେଲା ତାଙ୍କ ସହିତ ଚାଲି ଚାଲି ଗପିବା ଭିତରେ ଆମେ ଦୁହେଁ ପହଂଚିଯାଇଥିଲୁ ଏକ ଅଜଣା ରାଇଜରେ ଆମେ କିଛି ଭାବିବା ପୂର୍ବରୁ ସତେ ଯେମିତି କେଉଁ ଏକ ଅଦୃଶ୍ୟ ଶକ୍ତି ଆମ ଦୁହିଁଙ୍କୁ ଅକ୍ତିଆର କରିନେଲେ ଆମ ମୁହଁରେ କପଡା ବାନ୍ଧି କେଉଁ ଏକ ଅଜଣା ରାଇଜକୁ ଭାବିବାକୁ ସମୟ ଦେଇନଥିଲା ସମୟ । ସେମାନଙ୍କ ଠାରୁ ମୁକୁଳିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଭାଗ୍ୟର ବିଡମ୍ବନା ଅନ୍ୟ କିଛି ଥିଲା ।ଆମେ ତ ବନ୍ଦି କିନ୍ତୁ ବାହାରେ ଶୁଣାଯାଉଥିଲା କିଛି ମନୁଷ୍ୟଙ୍କ ସ୍ୱର ଭାଷା ତ ବୁଝିହେଉନଥିଲା ।ଅନେକ ସମୟ ଚାଲିଲା ସେମାନଙ୍କର ବାର୍ତ୍ତାଳାପ । ବୋଧହୁଏ ରାତି ଅନେକ ହୋଇଯାଇଥିଲା ସେଇ ବନ୍ଦି ଅବସ୍ଥାରେ ବି ଆମ ଦୁହିଁଙ୍କର କଥା ବି ଚାଲିଥିଲା ।ମୁଁ ଭାବୁଥିଲି କେମିତି ଏଠାରୁ ମୁକୁଳିବା ସେତେବେଳେ ବନ୍ଧୁ ଜଣଙ୍କ କହି ଉଠିଲେ ଭାଇ ମୋତେ ପ୍ରବଳ ଭୋକ କଣ କରିବା ମୋତେ ଟିକେ ହସ ଲାଗିଲା କିନ୍ତୁ ନିଜକୁ ଅଟକାଇ ନେଲି ଏବଂ ସ୍ମିତହାସ୍ୟ ଅଧରରେ ରଖି କହିଲି ଭାଇ ଏଠି ଖାଇବା କୋଉଠି ମିଳିବ । ପ୍ରତ୍ୟୁତ୍ତରରେ ସେ କହିଲେ ମୋ ଦ୍ୱାରା ଭୋକକୁ ଅଟକାଇବା ସମ୍ଭବ ନୁହେଁ । ମୁଁ ଉତ୍ତର ଦେଲି ପ୍ରଥମେ ଏଠୁ ମୁକୁଳିବାର ରାସ୍ତା ତ ଖୋଜ ତାପରେ ଖାଦ୍ୟ । ତତ୍ପରେ କେତେବେଳେ ଯେ ନିଦ ଆସିଗଲା ଆମେ ବି ଜାଣିନୁ ।


ସକାଳ ହେଲା କିନ୍ତୁ ଆମ ପାଇଁ ଅନ୍ଧାର ହିଁ ଥିଲା ଆମେ କିଛି ଭାବିବା ପୂର୍ବରୁ ଆମ ଦୁହିଁଙ୍କୁ କିଛି ଲୋକ ନେଇ ସ୍ନାନ କରାଇଲେ ମନରେ ଶଙ୍କା ଉତ୍ପନ୍ନ ହେଲା ।ଆମକୁ ଅପହରଣ କରିଥବା ଲୋକ ଆମକୁ ଗାଧୋଇଦେଲେ କାହିଁକି ? ତତ୍ପରେ ବସ୍ତ୍ର ପିନ୍ଧାଇଲେ ଲାଗୁଥିଲା ନୂତନ ବସ୍ତ୍ର ମୁଁ ଚୁପ କି ବନ୍ଧୁଙ୍କୁ କହିଲି ଏ ତ ନୂତନ ବସ୍ତ୍ର ତାପରେ ଏମାନଙ୍କ ଭାଷା ବି ବୁଝିହେଉନି । ସଙ୍ଗେ ସଙ୍ଗେ ବନ୍ଧୁ ଉତ୍ତର ଦେଲେ ଆମକୁ ଆଉ ବଳି ଦେବାପାଇଁ ଆଣିନାହାନ୍ତି ତ ? ହଠାତ ଶରୀରରୁ ଗୋଟାଏ ଝାଳ ବାହାରିଗଲା । କଥା ଥିଲା ସତ ଆମ ଦୁହିଁଙ୍କର ମୁହଁରୁ କପଡା ଖୋଲାଗଲା । ଆମେ ଦୁହେଁ ନିର୍ବାକ ହୋଇଗଲୁ ସାମ୍ନାରେ କେଉଁ ଜଣେ ଠାକୁରାଣୀ ବିରାଜମାନ , ଚାରିପଟରେ ଲୋକମାନେ ଛିଡ଼ାହୋଇଛନ୍ତି ବାଦ୍ୟ ବାଜୁଛି କିଛି ଲୋକ ନୃତ୍ୟ କରୁଥିଲେ ସେଇ ଆଦିବାସୀ ଲୋକ କଳାର ଝଲକ ଥିଲା । ତାଙ୍କର କଥା ତ ବୁଝିହେଉନଥିଲା ତଥାପି ଏତିକି ଜଣା ପଡୁଥିଲା ଆମ ଦୁହିଁଙ୍କୁ ଏଠି ବଳି ଦିଆଯିବ ସୁନିଶ୍ଚିନ୍ତ । ଦୁହେଁ ପରସ୍ପରକୁ ଚାହିଁଲୁ ମନରେ ସାହସ ବାନ୍ଧିଲୁ ନଜରରେ ଆସିଲା ସାମ୍ନାରେ ଉଭା ହୋଇଥିବା ଦେବୀ ମାତାଙ୍କ ହାତରେ ଥିଲା ଗୋଟିଏ ତ୍ରିଶୂଳ ଆଉ ଖଣ୍ଡାଟିଏ ଦୁହେଁ ଦୁହିଁଙ୍କୁ ଇସାରା କଲୁ ଆଉ ନିଶ୍ଚିନ୍ତ କଲୁ ଦୁହେଁ ଏଠୁ ପଳାୟନ କରିବା । ମନରେ ସାହସ ବାନ୍ଧି ଦୁହେଁ ଦେବୀ ମାତାଙ୍କର ଅସ୍ତ୍ରକୁ ଧରି ଦୌଡ଼ିବାକୁ ଲାଗିଲୁ । ଆମ ପଛେ ପଛେ ସମସ୍ତ ଆଦିବାସୀ ।ଆମେ ଦୁହେଁ ଏମିତି ଦୌଡୁଥିଲୁ ଯେମିତି କୌଣସି ଏକ ଦୌଡ ପ୍ରତିଯୋଗିତାରେ ଭାଗ ନେଇଛୁ । କିନ୍ତୁ ଦୌଡିଚାଲିଥିଲୁ ଏହି ସମୟରେ ବନ୍ଧୁ ଜଣଙ୍କ କହିଲେ ଚାଲ ଏମାନଙ୍କୁ ପାଠ ଶିଖାଇବା ଆମେ ବି ଆକ୍ରମଣ କରିବା ମୋ ଉତ୍ତର ଦେଲି ନା ଦୌଡ଼ିଚାଲ ସୁରକ୍ଷିତ ସ୍ଥାନରେ ପହଁଚିଲା ପରେ କଥା। ବନ୍ଧୁ ଜଣଙ୍କ ଟିକେ ପଛକୁ ଅନାଇ ଦେଖିଲେ କେହି ନାହାନ୍ତି ଅଟକିବାକୁ ଇସାରା ଦେଲେ ବନ୍ଧୁ ଜଣଙ୍କ ମୁଁ ଟିକେ ପଛକୁ ଦେଖିଲି କେହି ନଥିଲେ ସେଇଠି ଗୋଟିଏ ପଥର ଉପରେ ବସିଗଲି ଆଉ ବନ୍ଧୁ ଜଣଙ୍କ ବି । ଥକ୍କା ମାରିଲୁ ଦୁଇ ଜଣ ଯାଙ୍କ । ଦୀର୍ଘ ନିଶ୍ଵାସ ଯାଉଥାଏ ।

କିଛି ସମୟ ବିତିଲା 

ମନରେ ପ୍ରଶ୍ନ ଉଠିଲା ଏ ବଳି ପ୍ରଥା କଣ ଉଠାଇ ହେବନି । ବନ୍ଧୁ ଜଣଙ୍କ ଉତ୍ତର ଦେଲେ ହେଲେ ସେ ଆଦିବାସୀ ମାନଙ୍କୁ ବୁଝାଇବ କିଏ ? ମୁଁ ଉତ୍ତର ଦେଲି ଏ ପ୍ରଥାକୁ ବି ଜାଣିବା ଶୁଣିବା ଲୋକ ମାନୁଛନ୍ତି । କଥାଟା ଠିକ ଥିଲା କିଛି ସମୟ ନିରବ ରହି କହିଲି ସତରେ କଣ ଏ ପ୍ରଥାକୁ ଉଠାଇ ହେବନି ? ବନ୍ଧୁ ଜଣଙ୍କ ଉତ୍ତର ଦେଲେ ଚାଲ ଯିବା ସେମାନଙ୍କୁ ବୁଝାଇବା ପାଇଁ ମୁଁ ହସିଲି ଆଉ ମୋ ସହିତ ସିଏ ବି । ହେଲେ କିଛି ସମୟ ପରେ ଦୁହେଁ ଚୁପ । ଚାରିଆଡେ ନିରବ ସତେ ଯେମିତି ଗଛରୁ ପତ୍ର ବି ହଲୁନଥିଲା ।। ପୁଣି ଦୁହେଁ ପରସ୍ପରକୁ ଚାହିଁଲୁ ବନ୍ଧୁ ଜଣଙ୍କ ହାତ ଆଗକୁ ବଢାଇଲେ ମୁଁ ବୁଝଗଲି ତାଙ୍କ ହାତରେ ହାତ ମିଶାଇ, ଆମେ ଦୁହେଁ ନିଶ୍ଚୟ ଚେଷ୍ଟା କରିବା ଏ ପ୍ରଥାକୁ ଉଠାଇବାକୁ । ଏତିକି କହିଲା ବେଳେ ହଠାତ ନିଦ ଭାଙ୍ଗିଗଲା ।। 

ଶଯ୍ୟାରୁ ଉଠି ଭାବିଲି ସତରେ କଣ ଲୋକଙ୍କ ମନକୁ ପରିବର୍ତ୍ତନ କରିହେବ ଆଉ ବଳି ପ୍ରଥା ଉଠିଯିବ । ସବୁଆଡେ ଖେଳିଯିବ "ଜିବେ ଦୟା ଭବ" 


Writer's Details: ରାକେଶ ସାହୁ
Content Category:
Submission Date: Jul 08, 2019

0 Comments