ଅଣୁଗଳ୍ପ - ସେଇଦିନ - ରଞ୍ଜିତା ଦାସ

ଅଣୁଗଳ୍ପ - ସେଇଦିନ - ରଞ୍ଜିତା ଦାସ

ଭୁବନେଶ୍ୱର ରେଳ ଷ୍ଟେସନରେ ମୁଁ ଥାଏ, ଯାତ୍ରୀ ବିଶ୍ରାମଗାରରୁ ବାହାରି ମୁଁ 3 ନମ୍ବର ପ୍ଲାଟଫର୍ମ ଆଡକୁ ମୁହାଁଇଲି | ସେତେବେଳେ ଗୋଟେ ଅନ୍ଧୁଣି ଉପରେ ମୋର ଆଖି ପଡିଗଲା | ସେ ନିଜ ପାଣି ବୋତଲକୁ ଧରି କାନ୍ଥରେ ବାଡ଼ଉଥିଲା ଆଉ ପାଣି ପାଣି କହୁଥିଲା | ସେତେବେଳେ ଆଉ ଗୋଟେ ବ୍ୟକ୍ତି ସେ ପାଖ ଦେଇ ଚାଲିଗଲା, ସେଇ ସମୟରେ ଝିଅଟି କହିଲା 'ପାଣି' … ସେ ବ୍ୟକ୍ତିଟି ପ୍ରତି ଉତ୍ତରରେ ଜବାବ ଦେଲା  "ପାଣି କେଉଁଠି ଅଛି ଏବେ ଖୋଜିବାକୁ ପଡିବ ନା"…ଆଉ ସେ ସ୍ଥାନ ଛାଡି ଚାଲିଗଲା | ବାସ ଏତିକି!


ମୁଁ ପଛେଇଆସିଲି, ଚାଲିଗଲି ତା' ପାଖକୁ … ଆଉ ତା ହାତ ଧରି କହିଲି ଆସ ମୋ ସାଙ୍ଗେ, ଝିଅଟି କହିଲା ନା ମୁଁ ଯାଇପାରିବିନି | ମୁଁ କହିଲି ହଉ ଠିକ ଅଛି, ବୋତଲ ମତେଦେଇଦିଅ ଆଉ ମୁଁ ତା ବୋତଲ ନେଇ ପାଣି ଭରି ଆଣି ଦେଇଦେଲି |ଏବଂ ମୁଁ ଏତିକି ଖାଲି ପଚାରିଲି 'କୁଆଡେ ଯିବ'? 'ସେ କହିଲା ମୁଁ ଏଠି ହିଁ ବସିବି … ତାପରେ ମୁଁ ଚାଲି ଆସିଲି | ଜୀବନ ହିଁ ଏମିତି !! 


Writer's Details: Ranjita Das, NIT Rourkela, Odisha, India.
Content Category:
Submission Date: Jul 01, 2019

0 Comments