ତୁମେ ଜଣେ ସୈନିକର ପତ୍ନୀ - ରାକେଶ ସାହୁ

0
ପତି ତୁମର ସୀମାରେ 
ଦେଶ ପାଇଁ ତାଙ୍କ ଜୀବନ ସମର୍ପିତ
ତାଙ୍କ ପରିବାରକୁ ତୁମ ହାତେ କରିଣ ଅର୍ପିତ
ତୁମେ ଦୁହେଁଦେଶ ପାଇଁ ଉତ୍ସର୍ଗୀତ ।।

ଯଦି କେବେ ଆସେ ଖବର
ପତି ତୁମ ହୋଇଛନ୍ତି ଦେଶ ପାଇଁ ସହିଦ
ଭାବିବନି ସବୁ ସରିଲା ଏଇଠି
ଜୀବନ ତ ଆରମ୍ଭ ଏଇଠୁ ।।

ତାଙ୍କ ପରିବାର ତୁମ ପାଇଁ ଦେଶ
ସନ୍ତାନ ସନ୍ତତି ବୀର ସୈନିକ
ଧର୍ଯ୍ୟ ତୁମ ହୋଇବ ଅର୍ଥ
ତୁମ ସଂଘର୍ଷ କେବେ ଜୀବନି ବ୍ୟର୍ଥ ।।

ତୁମେ ନୁହେଁ ବିଧବା
ତୁମେ ବୀର ସୈନିକର ଆଭା
ତୁମେ ତାଙ୍କ ଶକ୍ତି ଓ ସାମର୍ଥ୍ୟ
ତୁମ ପାଇଁ ବି ଦେଶ ଆଜି ଗର୍ବିତ ।।

ତୁମେ ହେଉଛ ସହୀଦର ପତ୍ନୀ
ଭାବିବନି କେବେ ନିଜକୁ ଅସହାୟ
ବୃକ୍ଷ ପରି ବିଶାଳ ତୁମର ହୃଦୟ
ତୁମେ ହିଁ ଦେଇପାର ସୈନିକକୁ ବିଦାୟ ।।

Writer's Details: ରାକେଶ ସାହୁ
ଭୁବନେଶ୍ୱର
Content Category:
Submission Date: Jun 20, 2019

Post a Comment

0Comments
Post a Comment (0)