ତୁମ ଆହୂତିରେ - ଇଂ ଶଶାଙ୍କ ଶେଖର ପଣ୍ଡା

0
ତୁମ ଆହୂତିରେ ଥିଲା ଯେ ଛଳନା
ଏ କଥାକୁ ଜାଣି ନ ଥିଲି
ଅଳୀକ କବଚ ଆବୃତ କରାଇ
ଯଉଘରେ ଦେଲ ଠେଲି...(୦)

ପୋଡ଼ିଗଲା ସ୍ୱପ୍ନ ମଲା ନଈ କୂଳେ
ଭଙ୍ଗା ଅତୀତକୁ ନେଇ
ହୃଦୟ ଦୁଆରେ ଯନ୍ତ୍ରଣା ଅତିଥି
ଆସେ ଅସ୍ଥିରତା ହୋଇ,
କାହିଁକି ଜାଳିଲ ବହ୍ନି ଶିଖାରେ
କଳଙ୍କର ଦାଗ ନେଲି....(୧)

ଛୁଇଁଗଲା ମୋତେ ଅଦିନେ ବୈଶାଖ
କରିଥିଲି ବୋଲି ନିଜର
ପ୍ରତିଦାନ ପାଇଁ ମେଞ୍ଚାଏ ଦହନ
ଅଶ୍ରୁପୁର୍ଣ୍ଣ ଉପହାର,
କାହିଁକି ଭରିଲ ବିଶ୍ୱାସରେ ବିଷ
ଆଖି ଥାଇ ଅନ୍ଧ ହେଲି....(୨)

Writer's Details: ଇଂ ଶଶାଙ୍କ ଶେଖର ପଣ୍ଡା
ଉତ୍ତରବାଡ଼, ଭଣ୍ଡାରିପୋଖରୀ, ଭଦ୍ରକ
ମୋ : 9937126804
Content Category:
Submission Date: Jun 22, 2019

Post a Comment

0Comments
Post a Comment (0)