ସତରେ ମୋ ଦେଶ ଭାରତ କେଡେ ମହାନ - ନାରାୟଣ ଚନ୍ଦ୍ର ସେନାପତି

ସତରେ ମୋ ଦେଶ ଭାରତ କେଡେ ମହାନ - ନାରାୟଣ ଚନ୍ଦ୍ର ସେନାପତି

ଓଡିଆ ମାଟିର ଲଢୁଆ ସନ୍ତାନର ରକ୍ତ ବହିଯାଉଥିଲା ଅର୍ପଣ ଦେହରେ।ଗରିବ ପିଲାଟା ବୋଲି ସିନା ପଢିପାରିଲା ନାହିଁ ବେଶି ପାଠ,ହେଲେ ପାଠୁଆ ପିଲାଙ୍କୁ କରେ ସେ ବହୁତ ସମ୍ମାନ।ବଡ଼ ସ୍ୱାଭମାନୀ ମଣିଷଟିଏ ସେ।ଦେଶ ଜାତି କଥା ପଡିଲେ ତା ହୃତ ସ୍ପନ୍ଦନ ବଢିଯାଏ,ଲୋମ ମୁଳ ଟାଙ୍କୁରୀ ଉଠେ ଓ ଦୁଃଖ ବିପଦ କି କ୍ଷୟ କ୍ଷତି କଥା ଶୁଣିଲେ ତା ଆଖିରୁ ବହିଯାଏ ଧାର ଧାର ଲୁହ।ସଚ୍ଚା ଦେଶପ୍ରେମୀଟା ସିଏ।ସାଥୀମାନେ ଏଥିପାଇଁ ମଜାରେ କହନ୍ତି ଆରେ ଅର୍ପଣ ତୁ ଗାନ୍ଧୀ କି ଗୋପବନ୍ଧୁ ହେବାର ଥିଲା।ମୁରୁକି ତୋଫା ହାସଟିଏ ମାରିଦିଏ ସେ।ଘର ତାର ଐତିହାସିକ ବୀର ଭୂଇଁ କେନ୍ଦୁଝରରେ।ସମାଜସେବୀ ବିଭୁଦତ୍ତଙ୍କ ଏକ ମାତ୍ର ପୁଅ ସେ।

    ସେଦିନ ଟ୍ରେନରେ କିଛି ଜିନିଷ ଧରି ଫେରୁଥାଏ ସେ। ନିକଟରେ ବସିଥିବା ଦୁଇ ଜଣ ପାଠୁଆ ଲୋକ କଥାବାର୍ତ୍ତା ହେଉଥାନ୍ତି,ମୁସଲମାନ ମାନେ ଆମ ହିନ୍ଦୁ କେତେଜଣଙ୍କୁ ମାରି ପିସ ପିସ କାଟି ପ୍ୟାକିଂ କରି ପଠେଇଦେଇଛନ୍ତି ଆମ ଭାରତକୁ।ଅର୍ପଣର ମନରେ ଆନ୍ଦୋଳିତ କଲା ଏ ଘଟଣା।ଅନୁସନ୍ଧାନ କରି ଯାହା ବୁଝିଲା ତାହା ତା ଦେଶପ୍ରେମୀ ମନକୁ ବାରମ୍ବାର ଖିନ ଭିନ କରିପକାଉଥିଲା। 

    ବାଂଲାଦେଶ ସୀମାନ୍ତରେ ମୁତୟନ ଥିଲେ ଆମ ଦେଶର କିଛି ସୈନ୍ୟ।ଏଇମିତି କେତେଜଣ ଭ୍ରମଣ କରୁକରୁ ତାଙ୍କ ସୀମା ଭିତରକୁ ଚାଲିଯାଇଥିଲେ।ତାଙ୍କର ସେଠାକାର ସୈନ୍ୟମାନଙ୍କ ସହ ଯୁକ୍ତି ତର୍କ କଥା କଟାକଟି।ତାପରେ ସେମାନେ ଜୀଅନ୍ତା କାଟି ପେକିଂ କରି ପଠାଇଛନ୍ତି ଆମ ଦେଶକୁ।ମାତ୍ର ଆମ ଦେଶର ମୁଖ୍ୟ କେବଳ ସେ ଦେଶ ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛନ୍ତି କିନ୍ତୁ ଯୁଦ୍ଧ ନ କରି,ପ୍ରତିଶୋଧ ନ ନେଇ ତାଙ୍କୁ ଦେଇଛନ୍ତି କ୍ଷମା।କ୍ରୋଧାନ୍ୱିତ ହୋଇ ଅଗ୍ନି ବର୍ଷିଲା ପରି ବର୍ଷିଲା ଅର୍ପଣ।ଏ କଣ ସେହି ଭଗତ ସୁଭାଷଙ୍କ ଦେଶ ?ଆମ ରାଷ୍ଟ୍ରର ମୁଖ୍ୟ ମାନଙ୍କ ଦେହରେ କଣ ନାହିଁ ଉଦ୍ଦାମ କି ଚନ୍ଦ୍ରଶେଖର ଆଜାଦଙ୍କ ରକ୍ତ ?ନାଁ ମୋ ଦେଶର ଲୋକେ ପାଲଟିଛନ୍ତି ଭୀରୁ କାପୁରୁଷ।ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଜଣେ ସ୍ବାମିଜୀଙ୍କ ପରି ଅଟଳ ଅଚଳ ବ୍ୟକ୍ତି,ରାଷ୍ଟ୍ରପତି ହେଉଛନ୍ତି ବିଖ୍ୟାତ ବୈଜ୍ଞାନିକ ସେ ଦେଶ ପ୍ରତିଶୋଧ ନ ନେଇ ଚୋର ପରି ଡରି ଡରି ଦେଉଛି କ୍ଷମା ! ଏ ସବୁ ସେ ଜଣାଇଲା ତାଙ୍କ ବିଧାୟକ ନିକଟରେ।ସେ କହିଲେ,ବଡ଼ ବଡ଼ ଲୋକମାନେ ଅଛନ୍ତି ସେମାନେ ଯାହା ଚିନ୍ତା କରି ଉଚିତ୍ ଅନୁଚିତ ବିଚାର କରିବେ,ଆମେ ବା କଣ କରିପାରିବୁ।ଏଭଳି ରାଜନୀତିଆ ବିଧାୟକ ପ୍ରକୃତରେ ଦେଶ ସେବା ନା କ୍ରୀତଦାସ ହେବାକୁ ଯାଇଛନ୍ତି ସେ ବୁଝିପାରିଲା ନାହିଁ।ତାକୁ ଗୋଲାମ ପରି ଲାଗିଲା।ଅସମ୍ଭାଳ ହୋଇ ଚାଲିଲା ସେ ନାମଜାଦା ସରକାରୀ ଓକିଲ ଚତୁର୍ଭୁଜ ହୋତାଙ୍କ ପାଖକୁ।ସମସ୍ତ ଘଟଣା ଆଲୋଚନା କରି ତାଙ୍କ ଦ୍ବାରା ଲେଖା କରେଇଲା  ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଏ ଉଦାସନା ପାଇଁ।

  ଆଜି ଡାକବାଲାଟା ଏକ ରେଜେଷ୍ଟ୍ରି ଚିଠି ଦେବାକୁ ଖୋଜି ଖୋଜି ପହଂଚିଛି ଅର୍ପଣ ଘରେ।ସମସ୍ତେ ତାକୁବ।ଅର୍ପଣ ପାଖକୁ....ପୁଣି ପ୍ରଧାନମନ୍ତ୍ରୀଙ୍କ ପାଖରୁ...।ଶୁଣି ଶୁଣି ଅନେକ ପିଲା ଆସି ଏକାଠି ହେଲେ ତା ପାଖରେ।ତାଙ୍କ ବଙ୍ଗଳା ଘରେ ବସି ଯୁବ ଶିକ୍ଷକ ପ୍ରଶାନ୍ତ ସାର୍ ପଢିଲେ ଚିଠି,ଶୁଣିଲେ ଅନ୍ୟ ସମସ୍ତେ।

  ସେଥିରେ ଲେଖାଅଛି......

ପ୍ରିୟ ଆତ୍ମନ,
        ସାଦର ପ୍ରଣାମ।
ଆମ ଦେଶର ବୀର ଯବାନଙ୍କ ଶହୀଦ ଘଟଣା ବାସ୍ତବରେ ମର୍ମନ୍ତୁଦ, ଏହା ବାଂଲାଦେଶ ର ଘୋର ଅପରାଧ।ଆମେ ଭୀରୁ ନୁହଁ କି କାପୁରୁଷ ନୁହଁ।ବୀର ଦାୟଦଙ୍କ ରକ୍ତ ଏବେବି ତାତି ଉଠୁଛି ଶରୀରରେ ମାତ୍ର ଦେଶର,ଦେଶବାସୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କରାଯାଉନାହିଁ ଯୁଦ୍ଧ।କାରଣ ଯୁଦ୍ଧ କଲେ ଆମେ ସୁନିଶ୍ଚିତ ଜୟ କରିବୁ,କିନ୍ତୁ ଯେଉଁ ନିରୀହ ସରଳ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିବେ ତାହା ଏ ଚଉଦର କେତେଗୁଣ ହେବ ତାହା ଗଣିହେବନାହିଁ ବିବେକର ଗଣ ନପଟାରେ।ଖାଲି ମଣିଷନୁହଁ କେତେ ସମ୍ପତ୍ତି ବିଧ୍ୱସ୍ତ ହେବ ତାର ମୂଲ୍ୟ ଭରଣା କରିବେ ଏ ଦେଶର ଦୀନଦରିଦ୍ରମାନେ।ଖାଲି ସେତିକି ନୁହଁ ମିଳିତ ଜାତିସଂଘର ସମ୍ମତି ନ ଥିଲେ ଆମ ଦେଶବି ହେବ ବାଛନ୍ଦ।

   ଆପଣ ଲେଖିଛନ୍ତି ସେ ମୁସଲମାନ ମାନେ ଆମ ହିନ୍ଦୁଙ୍କ ମାରିଛନ୍ତି ତେଣୁ ଆମ ଦେଶରେ ହିନ୍ଦୁ ବ୍ୟତୀତ ଅନ୍ୟ ଧର୍ମର ଲୋକଙ୍କୁ ବହିଷ୍କାର କରିବା କଥା,ହେଲେ ଆମ ଭାରତରେ ଏକ ସମ୍ବିଧାନ ଅଛି ଯେଉଁଠି ଧର୍ମନିରପେକ୍ଷତା ଏକ ବଳିଷ୍ଠ ଅଙ୍ଗ।ଏଠାରେ କୌଣସି ଧର୍ମକୁ ଅସମ୍ମାନ କି ଅଣଦେଖା କରାଯିବ ନାହିଁ।

   ଆମ ଦେଶ ଏକ ଶାନ୍ତିପ୍ରିୟ ରାଷ୍ଟ୍ର।ଯେଉଁଠି ଯୁଦ୍ଧ ଅପେକ୍ଷା ଶାନ୍ତିକୁ ଅଧିକ ସମ୍ମାନ ଦିଆଯାଏ।

   ଆମ ଭାରତୀୟ ସଂସ୍କୃତିର ଆଧାର ହେଉଛି,ସ୍ନେହ,ପ୍ରୀତି,ମାୟା ଓ ମମତା।ହିଂସା,କପଟତାକୁ ଦେଶ ଘୃଣା କରେ।ଆମ ସଂସ୍କୃତି କହେ,ଶତ୍ରୁକୁ ପ୍ରେମ କର।ପ୍ରେମ ହିଁ ତା ପାଇଁ ଅସଲ ଶାସ୍ତି।

ଭାରତୀୟ ସଂସ୍କୃତିର ଅନ୍ୟତମ ଆଧାର ହେଲା ସତ୍ୟ,ଶାନ୍ତି,ଦୟା କ୍ଷମା।ଶାନ୍ତି କଥା ତ କହିଲି।ଦୟା ଈଶ୍ୱରଙ୍କ ନିର୍ଦ୍ଦେଶ।ଆଉ କ୍ଷମା ହେଲା ଈଶ୍ୱରଙ୍କ ପୂଜା ଭୋଗ।ଯିଏ କ୍ଷମା କରେ ସେ ସନାତନ ଧର୍ମକୁ ହୃଦୟ ଦେଇ ଭଲପାଏ,ଭକ୍ତି କରେ ଓ ଭଗବାନଙ୍କ ଅପାର କୃପା ଲାଭ କରେ।

   ଆମ ସଂସ୍କୃତି, ଆମ ସମ୍ବିଧାନ ଆମ ଧର୍ମ କହେ, ହିନ୍ଦୁ ମୁସଲିମ ଶିଖ୍ ଇଶାଇ,ହିନ୍ଦୁସ୍ତାନ ମେ ସବ ଭାଇ ଭାଇ।ଆମେ ହିନ୍ଦୁ...ଆମର ବୈଶିଷ୍ଟ୍ୟ ହେଲା ହୀନତ୍ୱକୁ ଘୃଣା କରିବା।

     ଆମ ସଂସ୍କୃତି କହେ, ମାଛି ନ ହୋଇ ମହୁମାଛି ହେବା।ଘା'ରେ ନ ବସି ଫୁଲରେ ବସିବା।

   ଆମ ସମ୍ବିଧାନ ଏଭଳି ବର୍ଣ୍ଣିତ ଯେ--ନିଷ୍ଠା, ତ୍ୟାଗ,ଭ୍ରାତୁଭାଵ ଓ ଏକତା ତାର ଆକର୍ଷଣର କେନ୍ଦ୍ରବିନ୍ଦୁ।ସେ କହେ ଆମ ଭିତରେ ଭିନ୍ନତା ଅଛି ସତ, ହେଲେ ଆମେ ଏକ,ଆମେ ଭାରତୀୟ, ଗୋଟିଏ ମାଆର ଅମୃତ ସନ୍ତାନ।ଆମେ ଭିନ୍ନ ଭିନ୍ନ ଫୁଲରେ ଗୁନ୍ଥା ସୁଗନ୍ଧିତ ହାରଟିଏ।

   ଆପଣ ଭାବୁଥିବେ ବାଂଲାଦେଶ ଯେଉଁ ଭୁଲ କରିଛି ଭାରତ ଭୁଲିଯାଇଛି,କଦାପି ନୁହଁ,ମିଳିତ ଜାତିସଂଘକୁ ସମ୍ମାନ ଦେଇଛି,ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନକୁ ସମ୍ମାନ ପୂର୍ବକ ପ୍ରଣୟନ କରିଛି,ଆଉ ବାକି ରହିଲା ପ୍ରତିଶୋଧ,ଭାରତ କଣ ଭୁଲିପାରିବ ସେ ସୁଭାଷ ବୋଷଙ୍କ କଥାର ଜବାବ ଗୁଳିରେ,ମୋତେ ରକ୍ତ ଦିଅ..ମୁ ତୁମକୁ ସ୍ବାଧୀନତା ଦେବି, ଦିଲ୍ଲୀ ଚଲୋ,ପୁଣି ଇନ କିଲାଵ ଜିନ୍ଦାବାଦ।ଦେଶ ପ୍ରସ୍ତୁତି କରୁଛି ଅଣୁ ପରମାଣୁ ବୋମା।ଆଗାମୀ ଭବିଷ୍ୟତରେ ଯଦି ବାଂଲାଦେଶ ଦୋହରାଏ ତେବେ ସୁଭାଷ,ଉଦ୍ଦାମ ଓ ଭାଗତଙ୍କୁ ସେ ନିଶ୍ଚୟ ମନେପକାଇବ।

   ଆମ ଦେଶର ଜାତୀୟ ପତାକାର ତିନି ରଙ୍ଗ ଆମକୁ ତିନି ମଂଚର ଶ୍ରେଷ୍ଠ ଅଭିନେତା ହେବାକୁ ବହୁତ ଶିକ୍ଷା ଦେଇଛି।ଆମ ସମ୍ବିଧାନର ଅଧିକାର,ମୌଳିକ କର୍ତ୍ତବ୍ୟ ଆମକୁ ପ୍ରତି ମୁହୂର୍ତ୍ତରେ ମନେ ପକାଉଛି,ଆଦର୍ଶ ହୁଅ, ସଚ୍ଚା ହୁଅ,ମା'ର ଅସଲି ପୁଅ ପରି ପୁଅଟିଏ ହୁଅ।ଯିଏ ତା ନିର୍ମଳ ହୃଦୟରେ କୁହେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆମେ ଭାରତୀୟ,ଜୋର ଜବରଦସ୍ତ କାହା ଦେହ ଜିତିହୁଏ,କିନ୍ତୁ ହୃଦୟ କି ଆତ୍ମା ତ ଜିଣି ହୁଏ କେବଳ ପ୍ରେମରେ।

  ଏସବୁ ବୈଶିଷ୍ଟ୍ୟ ଯୋଗୁଁ ଭଗବାନ ପରା ମୋ ଦେଶରେ ଜନ୍ମ ହେବାପାଇଁ  ତପସ୍ୟା କରନ୍ତି।

  ଭାବୁଛି ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ମୁଁ ଦେଇପାରିଥିବି।ଆପଣଙ୍କର ଦେଶପ୍ରେମ ଓ ଭଲପାଇବାକୁ ସାଧୁବାଦ।
     ଇତି 
"ଭାରତ ମାଆର କ୍ଷୁଦ୍ରତମ ସେବକଟିଏ।"

 ଚିଠିର ଲେଖା ଶୁଣି ସାରିଲା ପରେ ଅର୍ପଣର ଛାତି କୁଂଢେମୋଟ ହୋଇଗଲା।କହିଲା ସତରେ ଆମର ଭାବନା କେତେ ଛୋଟ,ମାତ୍ର ମୋ ଦେଶର ମୁଖ୍ୟ ମାନଙ୍କ ଚିନ୍ତା କେଡେ ମହାନ।ଯେଉଁ ଦେଶର ପ୍ରତିଟି ଜୀବ ମହନୀୟ ପ୍ରତିଭାର ଅଧିକାରୀ,ସେମାନଙ୍କ ମାଆ ପରା ମହାନର ସାମ୍ରାଜ୍ଞି।ସତରେ....ସତରେ.... ସତରେ.. ସହସ୍ର ବାର ମୁଁ କହିବାକୁ ଭୁଲିବି ନାହିଁ, "ମୋ ଦେଶ ଭାରତ କେଡେ ମହାନ !!!"

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments