ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅରୁକ୍ଷ କାବ୍ୟ ରୁ “ଠ” ଚମ୍ପୁ - ହେମନ୍ତ କୁମାର ବରାଇ

ଅରୁକ୍ଷ କାବ୍ୟ ରୁ “ଠ” ଚମ୍ପୁ - ହେମନ୍ତ କୁମାର ବରାଇ

ରାଗ - ତୋଡି ଦେଶାକ୍ଷ (ଆଠ ତାଳି)

ଠଉରାଇ ପ୍ରଜାପତି       ଜଳୁ ମଞୁଷା ଝଟତି
        ଅଣାଇ କଲେକ ଯାହା ଉଚିତ ରେ ।।
ଠୋ କରିଣ ମୁଦ ଭାଙ୍ଗି   ସରସ ହରଷ ଦେଖି
        ଅଙ୍ଗ ଅଙ୍ଗହୀନ-ନାଶନ ସୁତ ରେ ||
ଠକାର ମୁଖ ମଣ୍ଡଳ      ପ୍ରକାଶି ରୁଚି ସକଳ
       ବଢିଲା ଦେହ ହୋଇ ବଳବନ୍ତ ରେ ||
ଠାର ବୁଝିବା ଜଟିଳ      ନବଘନ ବାୟୁବଳ
       ପାଇ ବଢଇ ସତ୍ୱର ଯେମନ୍ତ୍ ରେ ||
ଠୁଳରୂପ ଶୁଭଙ୍କର       ହେବାକୁ ରୁଦ୍ର କୁମର
       ଶରୀର ବଢିଲା ତ ସମୁଚିତ ରେ ||

0 Comments