ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଶବରୀ ପ୍ରତୀକ୍ଷାର ଅନ୍ତ - ଟୁକୁନା ସାହୁ

ଶବରୀ ପ୍ରତୀକ୍ଷାର ଅନ୍ତ - ଟୁକୁନା ସାହୁ



ବହୁ ଦିନ ପରେ ଆସିଛ
                ମନ ହୁଏ ଉଚ୍ଛନ୍ନ
                        ନାନା ଭୂଷଣ ସଜାଇଛି
                                    ଆଣି ପିତବସନ ।
ବନରୁ ଆଣିଛି କୁସୁମ
                  ସୁବାସ ଅଛି ଭରି
                          ଖୁସିରେ ମନ ମୋ ଅଧୀର
                                  ଲୋତକ ଯାଏ ଝରି  ।
ରମ୍ଭା ବୃକ୍ଷ ଆଣି ଯତନେ
               ସାଥିରେ ନାରୀକେଳ
                     ପୂର୍ଣକୁମ୍ଭ ବାଢି ରଖିଛି
                               କରିଛି ପୁଷ୍ପ ମାଳ ।
ଗୋମୟରେ ଲିପି ଅଗଣା
                   ପିନ୍ଧି ଝିନ ବସନ
                       ପ୍ରତୀକ୍ଷାରେ ଥିଲି ତୁମର
                                ଆହେ ମୋ ଆର୍ତ୍ତତ୍ରାଣ  ।
ଆଣିଛି ମୁଁ ବାସ ଚନ୍ଦନ
                  ସାଥେ ଶୀତଳ ଜଳ
                          ସାରି ଦିଆ ସ୍ନାନ ତୁମର
                                   ଉଛର ହୁଏ ବେଳ ।
ମିଠା ମିଠା କୋଳି ଆଣିଛି
                  ନାନାଦି ପକ୍ବ ଫଳ
                       ଲଭିବ ଭକ୍ଷଣେ ସନ୍ତୋଷ
                                ଆହେ ଭକ୍ତ ବତ୍ସଳ ।
ଅନେକ ଦିନର ପ୍ରତୀକ୍ଷା
               ଆଜି ହୋଇଲା ଶେଷ
                       ମାୟା ମୋହ ସବୁ ତୁଟିଲା
                              ନାହିଁ ମୋ ଅବଶୋଷ ।

Writer's Details: ଟୁକୁନା ସାହୁ । ସାନ୍ତରା ପଲ୍ଲୀ । ଗଞ୍ଜାମ
Content Category:
Submission Date: May 12, 2019

0 Comments