ବଧୂ - ସଂଯୁକ୍ତା ରାଉତ

ବଧୂ - ସଂଯୁକ୍ତା ରାଉତ



ଦୁହିତା ଜନମ ଦୁଇ କୁଳ ହିତା 
କେବେ ଖରା କେବେ ଛାଇ
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି ୲୲

ଦୁହିତା ଭଗିନୀ ଜାୟା କୂଳବଧୂ
ଜନନୀ ରୂପଟି ତୋର
ସବୁରି ମନକୁ ନେଇ ଘର କଲେ
ସଂସାର ହୁଏ ସୁନ୍ଦର ୲୲

ମନରେ କପଟ ନ କରି ଉଚ୍ଚାଟ
ସହି ସବୁ ସୁଖ ଦୁଃଖ
ସଭିଁଙ୍କୁ ନିଜର କରିବା ଶିଖିଲେ
ଜୀବନେ ମିଳଇ ସୁଖ ୲୲

ଶାଶୁ ଶଶୁରଙ୍କୁ ମାଆ ବାପା ଭାବି
ହୃଦୟରେ ସ୍ଥାନ ଦେଲେ
ଚଳନ୍ତି ଠାକୁର ସଂସାରରେ ସିଏ
କୋଟି ପୂଣ୍ୟ ଫଳ ମିଳେ ୲୲

ନଣନ୍ଦଙ୍କୁ ଯିଏ ଭାବଇ ଭଉଣୀ
ଦେବରକୁ ନିଜ ଭାଇ
ଦେଢ଼ଶୁରଙ୍କୁ ଯେ ପିତୃ ତୁଲ୍ୟ ମଣେ
ଅଖଣ୍ଡ ସୁଖ ଭୋଗଇ ୲୲

ସ୍ଵାମୀକୁ ଭାବଇ ପରମ ଈଶ୍ଵର
ବନ୍ଧୁ ସଖା ସହୋଦର
ଅହିସୁଲକ୍ଷଣୀ ଅଟେ ସେହି ନାରୀ
ସୁନ୍ଦର ତା'ର ସଂସାର ୲୲ 

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 13, 2019

0 Comments