ତୁମେ ଗଲା ପରେ - ଶିବ ଚରଣ ମହାପାତ୍ର

0
ନୟନ ପିନ୍ଧିଲେ ବିରହ ଗହଣା
ନିଦ କି ଆସିବ ଉଇଁ
ପଲକ ବସିଛି ଲୁହ ନଇ କୂଳେ
ତୁମ ବାଟ ଚାହିଁ ଚାହିଁ..

ତୁମେ ଚାଲିଗଲ ଜୀବନ ଆକାଶେ
ଚାନ୍ଦିନୀ ହସୁନି କାଇଁ
ସରୁ ଓଠ ଧାରେ ହସ ଫୁଲ ଯେତେ
ଯାଇଛନ୍ତି ପର କହି..

ମନ ସିଲଟ ରେ ପ୍ରିତି ରଙ୍ଗ ବୋଳି
ଆଙ୍କିଛି ସ୍ୱପ୍ନ ତୋ ପାଇଁ
କେଉଁ ମଧୂମୟ ଲଗନ ତୋ ହୃଦ
ଚୋରି କରିଗଲା ନେଇ..

ଆଶା ମଉଳିଲା ଶେଯ ପରେ ମୋର
ଅବଶ ନିଦ କୁ ଛୁଇଁ
ମିଠା ସ୍ମୃତି ଯେତେ ନିରୋଳା ରେ ପାଇ
କଣ୍ଟକ ହେଲେ ମୋ ପାଇଁ..

ତଥାପି ମୁଁ ଭିଜେ ମିଛ ସ୍ୱପ୍ନ ସଙ୍ଗେ
ଭାବନା ରେ ବଢେ ନଇ
ଯାଣିବି ଅଜଣା ନିତି ପାଲଟିଛି
ଯେବେ.,
ତମେ ଫେରିବାର ନାହିଁ ..


ଶିବ ଚରଣ ମହାପାତ୍ର 
ଚକ୍ରଧରପୁର କେନ୍ଦୁଝର 

Post a Comment

0Comments
Post a Comment (0)