• ମନ ମନ୍ଦିର ର
o ରିକ୍ତ ସଂହାସନେ
ପୂର୍ଣ୍ଣତା ଦିଅ ଭରି
• ଆରତୀ ଆରତେ
o ଡାକଇ ନିରତେ
o ଶୂନ୍ୟ ଥାଳ ହସ୍ତେ ଧରି ।।
• ଯନ୍ତ୍ରଣା ଭରା
o ଜୀବନ ଜାତକ
କେତେ ଅସହ୍ୟ ବେଦନା
• ଧୈର୍ଯ୍ୟ ହରା ହୋଇ
o କାତରେ ଡାକୁଛି
ସାଦରେ କରହେ ଘେନା ।।
• ଅଶ୍ରୁ ଶ୍ରାବଣୀ ର
o ପବିତ୍ର ଜଳରେ
ସେ ପଦ ସରୋଜ ଧୋଇ
• ଏ ହୃଦୟ ରକ୍ତ
o ଉତ୍ପାଳାସନ ରେ
ଆସିନ ହୁଅ ଗୋସାଇଁ ।।
• ଭର୍ତ୍ତା ହେ ମୋର
o କିଛି ହେଲେ ନାହିଁ
ଅଳି ଅବା ଅରଦଳି
• ତୁମରି କରୁଣା
o ନକରିବ ଊଣା
ବିଶ୍ଵପତି ବନମାଳୀ ।।
• ନ ହୁଅ ଉପଳ
o ଆହେ ନୀଳାଚଳ
ଅଚଳ ଦାରୁ ଦେବତା
• କୃପାସିନ୍ଧୁ ଦୀନ-
o ବନ୍ଧୁ, କୃପାକଲେ
କି କରିବ ବଳବନ୍ତା ।।
• ଯାହାସବୁ ଦେଲ
o ପାର୍ଥୀବ ଜଗତେ
ସେ ସବୁ ତୁମରି ଦାନ
• ତୁମେ ଦାତା ପ୍ରଭୁ
o ସୃଷ୍ଟି କରତା ହେ
ତୁମ ସୃଷ୍ଟି ମହୀୟାନ ।।
• ଚରାଚର ବ୍ୟାପ୍ତ
• ଅନ୍ତର୍ଯ୍ୟାମୀ ନାଥ
• ଅନୁଗ୍ରହେ ଅନୁଗ୍ରହ
• କରହେ, ପ୍ରଫୁଲ୍ଲ
o କରେ ନିବେଦନ
o ଦିଅ ସେ ପଦେ ଆଶ୍ରୟ ।।
ଲୋଡା ନାହିଁ କିଛି, ମୁଁ ତୁମକୁ ଆଶ୍ରୟକଲି… ।।