
ତୁ ଚାଲୁଥିଲୁ ତୋରି ବାଟରେ
ମୁଁ ଚାଲୁଥିଲି ଏକାଭାବି ନଥିଲି ଲୋ ତୋ ସହ କେବେ
ହବ ବୋଲି ମୋର ଦେଖା ।
ଉପର ସୁନ୍ଦର ମହାକାଳ ଫଳ
ସେଇପରି ତୋର ରୂପ
ବୁଝିପାରିବନି କଥା ଭାଷା ତୋର
ସହଜେ ବୁଝିବା ଲୋକ ।
ଝିଅ ତୁହି ନୁହଁ ଅନଳ ଗୋଟିଏ
ଲାଜ ସରମ ତୋ ନାହିଁ
ହୃଦୟ ଭାଙ୍ଗିବା ତତେ ଏକା ଜଣା
ଏମିନ୍ତିକା ଝିଅ ତୁହି ।
ମିଛରେ କାନ୍ଦିବା ଲୁହ ଝରେଇବା
ସବୁ କଳା ତୋ ଠାରେ
ଅଭିନୟ ଯଦି ଜାଣିଅଛି କିଏ
ତୋ ନାଁ ଆସେ ତୁଣ୍ଡରେ ।
ମନ ପ୍ରାଣ ଦେଇ ଭଲ ମୁଁ ପାଇଲି
ତୁ ଆଉ କାହାକୁ ପାଉଛୁ ଭଲ
ସେ ପୁଅ ଅନ୍ୟ ଝିଅକୁ ଭଲପାଉ
ବୁଝିବୁ ପ୍ରେମର ମୂଲ ।
ଖୁସି ମିଳିବନି ମୋତେ କନ୍ଦାଇଛୁ
କାନ୍ଦି କାନ୍ଦି ତୁ ବଞ୍ଚିବୁ
ନିଜ ଭୁଲ ଯଦି ବୁଝିପାରିବୁ ତୁ
ତେବେ ଲୋ ମୁକ୍ତି ପାଇବୁ ।
Writer's Details: ପ୍ରକାଶ ବେହେରା (ନନ୍ଦି)
ବିଲେଇଖଳି, କଂସରା, ହିନ୍ଦୋଳ, ଢେ଼ଙ୍କାନାଳ-୭୫୯୦୨୨
ଦୁରଭାଷ :- ୭୭୮୦୬୬୦୦୨୯/୮୦୧୮୩୯୦୦୩୫
Content Category:
Submission Date: Apr 18, 2019