ମା ପରି କିଏ ହେବ - ବଳରାମ ତରାଇ

0


ମା ପରି କିଏ ହେବ
ହଜି ଯାଇଥିଲେ ଖୋଜି ଆଣିବ ।।।
ଭାଙ୍ଗି ଯାଇଥିଲେ ଗଢ଼ାଇ ଦବ
ରାଗି ଯାଇଥିଲେ କୋଳେଇ ନେବ ।।
ଋଷି ଯାଇ ଥିଲେ ମଙ୍ଗେଇ ଦେବ
କାନ୍ଦୁଥିଲେ ମା ବୁଝେଇ ଦେବ ।।
ଖାଇ ନଥିଲେ ମା ଖୁଆଇ ଦେବ
ସୋଇ ନଥିଲେ ମା ଶୁଆଇ ଦେବ ।।
ପାଣି ରେ ଆଣି ଗାଧେଇ ଦେବ
ମୋ ମା ପରି କିଏ ହେବ ।।।
ଜ୍ଵର ହେଲେ ମୋତେ ରାତି ସାରା ଅନିଦ୍ରା ଥିବ
ଡେରି ହେଲେ ମୋର ବାଟକୁ ସେ ଚାହିଁ ଥିବ ।।।
ସକାଳୁ ସକାଳୁ ଉଠେଇ ଜଳଖିଆ ଦେବ
ମା ର ମମତା କିଏ ଶୁଝିବ ।।।
ମୋ ମା ପରି କିଏ ହେବ
ବାପାଙ୍କ ସହ ମୋ ପାଇଁ କେ କଳି କରିବ ।।।
କଷ୍ଟରେ ବି ଥିଲେ କହୁ ନଥିବ
ମାର ମମତା ମାର ଅମୃତ ମାର କରୁଣା କିଏ ସୁଝିବ ।।।
ସେ ଜଗତ ମା ,ସେ ଆମ ମା,ତା ବିନା ନାହିଁ କେହି ସାହା
ସେ ମା ସେ ମା ସେ ମା ।।।।।।
 
Writer's Details: ବଳରାମ ତରାଇ, ଖୋର୍ଦ୍ଧା
9937014646Content Category:
Submission Date: Apr 18, 2019

Post a Comment

0Comments
Post a Comment (0)