"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଶିଶୁ କବିତା - କଥାଠାରୁ କାମ ବଡ଼ - ହରିଶ୍ଚନ୍ଦ୍ର ହୋତା

ଶିଶୁ କବିତା - କଥାଠାରୁ କାମ ବଡ଼ - ହରିଶ୍ଚନ୍ଦ୍ର ହୋତା

କଥାଠାରୁ କାମ ବଡ଼ 
ଜାଣିଥାଅ ଜଗତେ,
ନଭୁଲିବ ମନୁ ପିଲେ
ଥିବାଯାଏ ମରତେ ll
ଗାନ୍ଧୀ, ଜବାହର ନିଜ
କାମ ପାଇଁ ଅମର,
ଦେଶ ନୁହେଁ ବିଶ୍ୱକୁ ବି
କରିଗଲେ ନିଜର ll
ଦେଖ ମଧୁ, ଗୋପବନ୍ଧୁ
ଦାନ ତାଙ୍କ ମହାନ,
ଏ ଓଡ଼ିଆ ଜାତି ପାଇଁ
ଦେଇଥିଲେ ଧିଆନ ll
ସେଵାମୟୀ, ସ୍ନେହମୟୀ
ଥିଲେ ମାଆ ଟେରେସା,
ବିଶ୍ୱଜୟୀ ସନ୍ଥ ଆଜି
ମନେ ରଖି ଭରସା ll
ତୁମପରି ଛୋଟ ପିଲା
ବାଜି ଆଉ ଧରମା,
ରଖିଗଲେ ନାମ ତାଙ୍କ
ହୋଇ ସଦକରମା ll
ସେଇ ମହା ପୁରୁଷଙ୍କ
ପଥ ଆମେ ବରିବା,
ଦେଶ ପାଇଁ, ଜାତି ପାଇଁ
କାମ ସଦା କରିବା ll
କଥା ନୁହେଁ କାମେ ଆମେ
ଆଗୁସାର ହେବାରେ,
ନିଜେ ହସି ଏ ଜଗତ
ହସାଇ ଯେ' ଦେବାରେ ll

Writer's Details: ହରିଶ୍ଚନ୍ଦ୍ର ହୋତା, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ, ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ, ଭାଳୁବସା, ରାଇରଙ୍ଗପୁର, ମୟୁରଭଞ୍ଜ ।
ଦୂରଭାଷ:-9438745662
Content Category:
Submission Date: Apr 08, 2019

0 Comments