ଅବସର - ସୁଧାକର ସେଠୀ

0


ଠନଠନ ଶୁଭେ ଘଣ୍ଟାର ଶବଦ
ଦେଉଛି ଆଜି କଷ୍ଟ
ନି ପାହିଲା ରାତିରୁ ଭାଙ୍ଗିଛି ନିଦ
ମନ ଲାଗେ ଭାରି ବ୍ୟସ୍ତ ।

ଚାକିରି ଜୀବନ ସମୟରେ ବନ୍ଧା
ଘଟିଛି ଅବସାନ
ସେ ଥାଟ ସେ ଗାରିମା ସବୁ
ହୋଇ ଯାଇଛି ଚୁର୍ଣ୍ଣ

ଚାଦର ପରି ପଡୁଛି ପଲଙ୍କେ
ଚାହୁଁଛି ଖାଲି ଜକଜକ
କିଛି କହିବାକୁ ଯୁ ନାହିଁ ମୋର
ପାଟିରେ ବାଜୁଛି ହାତ

ଏବେ ତୀର୍ଥକର କର ଧରମ
କାହିଁକି ପୁରାଉଛ ମୁଣ୍ଡ
ତାଙ୍କ ସଂସାର ସେ ମାନେ ବୁଝନ୍ତୁ
ଘରଣୀ ମୋ କରେ ତାଗିଦ

କେମିତି କେଜାଣି ଲାଗୁଛି ମୋତେ
ହଠାତ ହେଲି ଅଲୋଡା
ଚାକିରୀ ଜୀବନ ସରିଗଲା ପରେ
ଏମିତି କାହିଁକି ହେଲା

ସମାଜର ଆଦର ପରିବାରରବି
ହେଉଛି ଧୀରେ ଧୀର ହ୍ରାସ
ଅବସର ଜୀବନେ ମାଡି ଆସୁଛି
ନିସଂଗତାର କଳାଛାପ ।
           💔
ଜମ୍ବେଶ୍ବରପୁର,ବାଲେଣ୍ବର

Sent from my Samsung Galaxy smartphone.

Post a Comment

0Comments
Post a Comment (0)