
ପ୍ରତିଶୋଧ ନିଆଁ କେଡେ ଭୟଙ୍କର
ଜାଣିଲୁକି ବେଇ ମାନି,
ନାଗୁଣୀ ଗIତରେ ହାତ ପୁରାଇଲୁ
ବିଛା ମନ୍ତର ନ ଜାଣି II
ଏବେ ସମ୍ଭାଳରେ ପାକିସ୍ତାନୀ
ଦେଶ ପାଇଁ ଯେତେ ରକତ ଦେଇଛୁ
ନେବୁ ତୁମ୍ଭ ଠାରୁ ଟାଣି II
କଲବଲ କରି ମାରିବୁ ତୁମକୁ
କଳେବଳେ କୌଶଳେ ,
ଯେଉଁ ବୋପାଙ୍କୁ ଶରଣ ଦେଇଛ
ପଡ଼ିବେକି ସେ ପିଠିରେ II
ବଳ ଅଛି ଯଦି କା'ରେ
ଡାକ ସାମନାକୁ ହେଇ ଯାଉ ଯୁଦ୍ଧ
ସରି ଯିବ ଏକI ଥରେ II
ଶହେ ଥର ଏବେ ନିଜକୁ ପଚାର
କରୁଛକି ଭଲ କର୍ମ ,
ଯେଉଁ କାମ ସବୁ କରିଗଲ ତୁମେ
ଏସବୁ ତା ପରିଣାମ II
ଧରମର ନେଇ ନାମ
ଯୁବକଙ୍କ ପ୍ରାଣ ନଷ୍ଟ କରୁଛ
କରାଇ କଦର୍ଯ୍ୟ କାମ II
ତୁମରି ଭାଷାରେ ଉତ୍ତର ଦେବେ
ଆମ ଭାରତୀୟ ସେନା,
ଜୟ ହିନ୍ଦ ନାରା ଶୁଭିବ ସବୁଠି
ଉଡ଼ିବ ଆମରି ବାନା II
ନ ଶୁଣିବୁ ତୋ ବାହାନା
ବିଶ୍ୱରେ ତୋତେ କରିବୁ ଲଙ୍ଗଳା
ନଥିବ ଦେହରେ କନା II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର