ରୁପରେ ସେ ନୁହଁ...ଅରୂପ ସେ ଅପରୂପ
ବସନ ବ୍ୟାଘ୍ର ଛାଲର..ହାତରେ ତା ଡମ୍ବରୁ
ମସ୍ତକରେ କୁମୁଦ ଥାଇ ତମସାର ପ୍ରିୟତମ
ଭୂଜଙ୍ଗଧାରୀ କଣ୍ଠ ହଳାହଳ
ଚିରନ୍ତିନୀ ପତିତପାବନି ହେଲେ ଶୁଷ୍କ ତନୁ ଯାର
ସତତ ପ୍ରହରୀ ଅବା ଶ୍ମସାନ ରକ୍ଷକ
କୈଳାସର ନୀରବ ଦ୍ରଷ୍ଠା...
ତଥାପି..ଆଶ୍ଚର୍ଯ୍ୟସମ...
କି ଦିବ୍ୟଗୁଣ..କି ମନୋଲୋଭା...
ନଥିଲେ କି ମା ପାର୍ବତୀ
କୁମାରୀ ବୟସେ କରିଥାନ୍ତେ କି ତପ
ପାଇବାକୁ ଦିବ୍ୟ...
ଦେବ ଦେବ ମହେଶ୍ୱର....।
ତପେ ବର ନା କୋପେ ବର
ସରାଗେ ସେ ଭୋଳାନାଥ
ବଦାନ୍ୟରେ ମହେଶ୍ୱର
ବେଲପତ୍ର ର ଅର୍ଘ୍ୟଦେଲେ
ଅନ୍ତରର ଗୁହାରି କରନ୍ତି ଶ୍ରବଣ
ସେଥିପାଇଁ କୁମାରୀଙ୍କ ଆଦରଣୀୟ ସ୍ୱର
ଓଁ ନମଃ ଶିବାୟ..ଶୁଭେ ଶୁଭ ସୋମେ
ହେ ସତ୍ୟ ଶିବ ସୁନ୍ଦର,ଶିବ ଶଙ୍କର।
ହିନ୍ଦୁ ଜୀବ ଜୀବନର ଈଶ୍ୱର
ଚାନ୍ଦ୍ର ମାସର ଚନ୍ଦ୍ରମା ଆଢୁଆଳରେ
ଅମାନ୍ଧକାରରେ.....
ଚତୁର୍ଦ୍ଦଶ ରାତ୍ରୀର ପରଶରେ
ସ୍ଥିତପ୍ରଜ୍ଞ ପ୍ରାୟ ....କରନ୍ତି ସମ୍ଭାର
ଜାଳି ଜାଗର...ରହି ଉଜାଗର...
ଭକ୍ତ କରନ୍ତି କାମନା
ଅବିଳମ୍ବେ ପୁରାଅ ଥାଳ
ସଂହାର କରି ରୋଗ ଦୁଃଖ ଶୋକ
ହେ ବାବା..........
କି ମହିମା ତୁମର ! କି କରୁଣା ସାଗର !
ଭକ୍ତ କରେ ତବ ତାଣ୍ଡବ ଭାଳି ତୁମ ଉଦଣ୍ଡ ନୃତ୍ୟ
ହୋଇ ଆନନ୍ଦ ବିଭୋର
ସେଥିପାଇଁ ପରା ତୁମେ
ପରମ ପ୍ରେମମୟ ପରମଈଶ୍ୱର...
ଘେନ ମହାଶିବରାତ୍ରୀର.....
ଅନନ୍ତ କୋଟି ନମସ୍କାର..।

ନାରାୟଣ ସେନାପତି
ସମ୍ପାଦକ-ସୁନ୍ଦର ମୋ ଭାଷା ସାହିତ୍ୟ
ଜମ୍ଭରା, କେନ୍ଦୁଝର