OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଭାବନା ରାଇଜ - ଜୟସେନ ପ୍ରଧାନ

ଭାବନା ରାଇଜ - ଜୟସେନ ପ୍ରଧାନ


ଭାବୁ ଭାବୁ ଭାବୁଥାଏ
ମୁଁ କାହା କଥା ଭାବୁଛି
କଣ ମୁଁ ଭାବୁଛି
ବରଷା ପାଇଁ ନା ଆକାଶ ପାଇଁ
ଜାଣେନାହିଁ ମୁଁ କିଛି
ହେଲେ ମୁଁ ଭାବି ବସୁଛି। ।
ଲେଖୁ ଲେଖୁ ଭାବୁଛି ମୁଁ
କାହାପାଇଁ ଲେଖୁଛି
କଣ ମୁଁ ଲେଖୁଛି
ତରୁ ପାଇଁ ନା
କୁସୁମ ପାଇଁ
ଜାଣେନାହିଁ ମୁଁ କିଛି
ହେଲେ ମୁଁ ଲେଖି ବସୁଛି ।।
ପଢୁ ପଢୁ ଭାବୁଛି ମୁଁ
କାହା କଥା ପଢୁଛି
କଣ ମୁଁ ପଢୁଛି ।
ପୁରାଣ ପୋଥି ନା
ଭାଗବତ ଗୀତା
ତୁମ କଥା ନା ମୋ କଥା ।।
ତୁମ କଥା ମୋ କଥା
କିଛି ନୁହେଁ ଅଲଗା
ନୀଳ ଆକାଶରେ ଜହ୍ନ
ସାଗରେ ଲହରୀ
କେହି କାହାଠାରୁ ନୁହଁଇ ଅଲଗା
ଦୁହିଁଙ୍କ ଗୋଟିଏ କଥା ।।
ଭାବି ଭାବି ଯାଏ ମୁଁ
ଭାବନା ସାଗରେ
ଭାବୁ ଭାବୁ ହଜିଯାଏ
ଭାବନା ରାଇଜରେ
ଭାବି ପଢି ଲେଖି
କେବେ ହଜିଯାଏ
ଭାବର ସିନ୍ଧୁରେ ।।
ଯାହାକୁ ଯେ ଭଲପାଏ
ତାହାକୁ ସେ ଖୋଜୁଥାଏ
ମାନ ଯାହାପାଇଁ ଭାବେ
ସଦା ତାକୁ  ଝୁରୁଥାଏ
ଯାହାପାଇଁ  ଯିଏ
ଜନମ ଲଭିଛି
ତାକୁସେ ଭାବି ବସୁଛି ।।
କା ହୃଦୟ ମନ୍ଦିରରେ
କିଏ ସେ କରିଛି ଘର
ଜାଣିନି ମୁଁ ଯେ ତାକୁ
ସାଥି ଯିଏ ଜୀବନର
ଜୀବନ ବାଟରେ
ଚାଲିବି ଭାବିଛି
ସଦା ହାତ ଧରି ତାର ।।
ସେ ହିଁ ପ୍ରିୟତମା ମୋର ।।

ଜୟସେନ ପ୍ରଧାନ
ମାଳତେନ୍ତୁଳିଆ, ଗଂଜାମ

0 Comments