ବସନ୍ତର ଆଗମନେ - ନିବେଦିତା ମହାପାତ୍ର

0

ଗ୍ରୀଷ୍ମ ବରଷା ଶୀତ ଆଉ ଶରତ
ଚାଲି ଯାଇ ସବୁ ଆସିଛି ବସନ୍ତ।
ବସନ୍ତରେ ନବ ପଲ୍ଲବ ପ୍ରସ୍ଫୁଟିତ ବୃକ୍ଷରେ,
ମହକାଇ ଦିଏ ଧରା ତାର ସୁବାସରେ।
କୃଷ୍ଣଚୂଡ଼ାର ରକ୍ତ ବର୍ଣ୍ଣ ଦିଶୁଥାଏ ସୁନ୍ଦର,
ଆମ୍ରକୁଞ୍ଜରେ ଗୁଞରିତ ହୁଏ କୋକିଳର ସ୍ବର।
ବସନ୍ତ ପବନେ ଧରା ହୁଏ ପୁଲକିତ,
ତାର ସ୍ପର୍ଶରେ ତନୁ ମନ ଆହ୍ଲାଦିତ।
ଦୋଳ ପୂର୍ଣ୍ଣିମାରେ ଆରମ୍ଭ ବସନ୍ତର ରାସ,
ସେ ରାସରେ ହେବ ରାଧାକୃଷ୍ଣଙ୍କର ବାସ ।
ଗୋପି ଗୋପାଳଙ୍କ ସହ ନେବେ ଅବତାର,
ନିତ୍ୟ ରାସରେ ଭରିବ ସାରା ସଂସାର।
ଫେରିଛି ଫଗୁଣ ଧରି ରଂଗ ଅବିର,
ସବୁରି ଜୀବନେ ଭରିଛି ଖୁସିର ଜୁଆର।
ରଂଗେଇ ହୋଇବ ଧରା ନାନା ରଙ୍ଗେ,
ଅବିର ମଖା ହୋଇବ ସବୁ ଅଙ୍ଗେ।
ହିଂସା ଦ୍ବେଷ ରାଗ ଆଉ ଅଭିମାନ,
ସବୁ ଭୁଲି ବାନ୍ଧିବେ ଏକତା ବନ୍ଧନ।
ଫଗୁଣରେ ପଲ୍ଲୀ ଭୂମି ହୋଇବ ମୁଖରିତ
ସୌନ୍ଦର୍ଯ୍ୟ ସୁଷମାରେ ଭରିବ ଏହି ମରତ।

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର, ପୁରୀ

Post a Comment

0Comments
Post a Comment (0)