OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପୁଲୱାମା ବିଭିଷକା - ରଞ୍ଜନ କୁମାର ନାୟକ

ପୁଲୱାମା ବିଭିଷକା - ରଞ୍ଜନ କୁମାର ନାୟକ


କାନ୍ଦୁଚି ଆଜି ଭାରତ ମା
ହରାଇ ବୀର ପୁତ୍ରଙ୍କୁ
ମାଆ ବୁଡିଛି ଶୋକରେ ଆଜି
ଦେଖି ପୁଲୱ।ମା ବିସ୍ଫୋରଣକୁ
ଗାନ୍ଧୀଙ୍କ ଅହିଂସା ଦେଶ ବୋଲି
ଜଗତେ ଉଡୁଛି ବାନା
ଶାନ୍ତି ସଦଭାବନା ବାର୍ତା ଦେଇଥାଉ
ହିଂସା ର ନଥାଏ ଯାଗା
କିନ୍ତୁ ପୋଡ଼ଶୀ ଦେଶ ସହି ନପାରି
ଆତଙ୍କ ନାମେ ଖେଳେ ବିଭିଷକା
ଆତ୍ମଘାତୀ ବିସ୍ଫୋରଣ କରି ପାକିସ୍ତାନ
ଭିରୁ କାପୁରୁଷତାର ଦିଏ ପରିଚୟ
ସୈନିକ ସଂହାର ସୀମା ଉଲଂଘନ
ତୁଟି ଗଲା ସବୁ ଧର୍ଯ୍ୟ ର ସୀମା
ରହ ପାକିସ୍ତାନ ଭୋଗିବୁ କଷଣ
ବୀର ସୈନିକର ବଳିଦାନ ଯିବ ନାହିଁ ବ୍ୟର୍ଥ
ମାୟା ରଚନାର ମୂଳ ଜୈଶ ଇ ମହମ୍ମଦ
ଆଧାର କୁ ରଖି ରଚେ ସଂହାର
ଖଣ୍ଡ ବିଖଣ୍ଡିତ ନିଶ୍ଚିନ ଶରୀର
ଦେଖି ନହୁଅଇ ଶବ
କାପୁରୁଷ ପରି ଲୁଚି ଛପି କାହିଁ କର ଆକ୍ରମଣ
ଦମ୍ଭ ଅଛି ଯଦି ସମ୍ମୁଖରେ କର ରଣ
ମାଆ ର ପଣସ ଭିଜିଛି ରକ୍ତରେ
ସ୍ତ୍ରୀର ଆଖି ରେ ଲୁହ
ପୁଅଝିଅ କାନ୍ଦୁଛନ୍ତି ଝୁରି
ଫେରି ଆସ ବାପା ଥରେ
ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି
ହେ ମୋ ବୀର ଯବାନ ସୁତ
ପୁଣି ଆଉଥର ଜନ୍ମ ହେବ ଏ ଭାରତେ
ଶତୃ ଥରୁଥୀବ ତୁମ ଆଗତେ

Ranjan Kumar Naik
Angul
Govt Primary School Teacher, Biramaharajpur

0 Comments