
ଶ୍ଵେତପଦ୍ମାସନା ମାଆ ସରସ୍ବତୀ
ଶୀରିପଂଚମୀରେ କରଇ ମିନତି ।
ବିଦ୍ଯାଦାତ୍ରୀ ତୁମେ ଭାଷାର ଜନନୀ
କଳାର ଜନନୀ ମାଆ ବୀଣାପାଣି ।
ତୁମ୍ଭ ଆଗମନେ ଆସଇ ବସନ୍ତ
ଅଗିଜଳା ପରେ ଶୀତ ହୁଏ ଅନ୍ତ ।
ଦୋଳରେ ଝୁଲନ୍ତି ଶ୍ରୀ ଦୋଳଗୋବିନ୍ଦ
ଫଗୁ ଚଣା ଫେଣି ଅମୄତ ଆନନ୍ଦ ।
ରଂଗ ପିଚକାରୀ ହୋଲିକା ଦହନ
ମହାନ ଏ ଦେଶ ସଂସ୍କୃତି ମହାନ ।
ବିଦ୍ଯା ଆରଂଭଇ ଶିଶୁ ଖଡିଛୁଇଁ
ମାଆ ଶବଦଟି ପ୍ରଥମେ ଲେଖଇ ।
ଭାଷା ବିଦ୍ଯା ଜ୍ଞାନ କଳା ଓ ସଂଗୀତ
ହଂସବାହିନୀ ମା' ଜଗତେ ବିଖ୍ୟାତ ।
ଜୟ ମା' ଚନ୍ଦ୍ରିକା ବ୍ରହ୍ମାଣୀ ଶାରଦା
ହଂସିନୀ ହଂସିହା ବିଲ୍ଵଣୀ ଜ୍ଞାନଦା ।
ଈର୍ଷିତା ଅକ୍ଷରା ଭାରଦୀ ରହିଣୀ
ଭାରତୀ ମେଧାସ୍ଵୀ ପାବକୀ ମାଳିନୀ ।
ରଜ୍ଜିକା ଶ୍ରଦ୍ଧାମ୍ଭା ଭାନ୍ମୟୀ ମଞ୍ଜୁଶ୍ରୀ
ପ୍ରଜ୍ଞା ବାଣୀ ଈରା ବାଗ୍ଦେବୀ ବାଣିଶ୍ରୀ ।
ଶୁକ୍ଳା ନିରଞ୍ଜନା ବାଚୀ ବର୍ଣ୍ଣେଶ୍ଵରୀ
ବନ୍ଦ୍ଯା ମହାଶ୍ଵେତା ବିଦ୍ଯା ବାଗିଶ୍ଵରୀ ।
ସୌମ୍ଯା ସୂତ୍ରଦେବୀ ଶ୍ରଦ୍ଧା କାଦମ୍ବରୀ
ସୁବାସୀ ବିମଳା ମେଧା ଜ୍ଞାନେଶ୍ଵରୀ ।
ମା' ସୁରବନ୍ଦିତା ବାଣୀ ବୀଣାବାଣୀ
ବସନ୍ତ ଲଗନେ ଘେନ ମୋ ଦୟିନୀ ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ,
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।