OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ତୁମ ଅପେକ୍ଷାରେ - ପ୍ରେମଶିଲା ରାଉତ

ତୁମ ଅପେକ୍ଷାରେ - ପ୍ରେମଶିଲା ରାଉତ


ତୁମ ପାଇଁ ମୁଁ କରିଛି କେତେଯେ ଅପେକ୍ଷା
କେତେ ଯେ ପ୍ରତିକ୍ଷା ତୁମେ ଆସିବ ବୋଲି,
ତୁମ ଆସିବା ବାଟକୁ ଚାହିଁ ରହିଛି ଚାତକ ନୟନରେ ।
ମନରେ କେତେ ଆଶା କେତେ ସ୍ୱପ୍ନ ତାର ସୀମା ନାହିଁ ,
ତୁମ ଅପେକ୍ଷାରେ ବିତି ଯାଉଛି
ଦିନରାତି ଖରାତାତି କିଛି ଜଣାପଡୁଣି ,
ସେଇ ଛୋଟ ଘରେ ।
ହସର ଜୁଆରରେ ଓ ଦୁଃଖର ସାଗରରେ
ଭୁଲିଯାଇଛି ମୋର ସେ ମିଛ ଅତୀତକୁ
ମୋର ସେଇ ଅଫେରା ଦିନକୁ,
ହସକାନ୍ଦ ସୁଖଦୁଃଖ ସବୁ
ସମାନ ଲାଗେ ତୁମ ଅପେକ୍ଷାରେ ।

ଦିନ ପରେ ରାତି ରାତି ପରେ ଦିନ
ଏମିତି ବିତିଯାଏ ମାସ ପରେ ବର୍ଷ  ,
କେବେ ଶ୍ରାବଣ ଆସି ମେଘରେ ଭିଜେଇ ଦିଏ ତ
କେବେ ଫଗୁଣ ଆସି ସାତ ରଂଗେ ରଂଗେଇ ଦିଏ ,
ହେଲେ ମୁଁ  ଖାଲି ତୁମ ଅପେକ୍ଷାରେ ।
କେବେକେବେ ଋତୁରାଜ ଆସି
ପ୍ରକୃତିକୁ ସବୁଜିମାରେ ସଜେଇ ଦେଇ
ଆଖିରେ ଚମକ ଆଣି ଦିଏତ
କେବେ ଶୀତ ରାଣୀ ଆସି ଦେହକୁ ଥରେଇଦିଏ,
ସମସ୍ତେ ଆସନ୍ତି ଓ ଫେରିଯାଆନ୍ତି
କିନ୍ତୁ ତୁମେ ସେମିତି ମୋତେ
ରଖିଦିଅ ଅପେକ୍ଷାରେ ।

ମହମବତୀରେ ସଜେଇ ଥାଏ ଘର ସାରା,
ଗୋଲାପ ପାଖୁଡାରେ ଲେଖିଥାଏ ମୋ ମନ କଥା
ତୁମେ ଆସିବ ବୋଲି
ତୁମ ପସନ୍ଦର ସେଇ ନାଲି ଡ୍ରେସ୍ ଟି  ପିନ୍ଧେ,
ବାରମ୍ବାର ନିଜ ଛବିକୁ ଦେଖେ ଆଇନାରେ ।
ଆଇନା ପାଖେ ବସି ସଜେଇ ହେଉଥାଏ
ନିଜକୁ କେତେବେଳେ
ଅତର ଟିକେ ଲଗେଇ ଦେଉଥାଏ ତ
କେତେବେଳେ କାନର ଝୁମୁକାକୁ ସଜାଡୁଥାଏ ,
ପୁଣି ବେଳବେଳେ ଓଠକୁ ଲିଭଷ୍ଟିକ ରେ
ଚାହୁଥାଏ ତୁମ ଫେରିବା ବାଟକୁ
ହେଲେ ତୁମେ ପୁଣି ମୋତେ 
ରଖିଦିଅ ଅପେକ୍ଷାରେ    ।


ସବୁକିଛି ଲିଭିଯାଏ ଅନ୍ଧାର ରାତିରେ
ଆଶା ମରିଯାଏ ସ୍ୱପ୍ନ ଭାଙ୍ଗିଯାଏ ,
ଆଖିର ଲୁହ ଓଠ ପିଇଯାଏ
ଓଠର ହସ ଓଠରେ ହଜିଯାଏ ,
ହେଲେ ତଥାପି ମୁଁ
ହାରି ଯାଇନି କି ଧାଉଁଥିବା ସମୟ ପାଖରେ ହାର ମାନିନି  ,
ମୋର ବିଶ୍ୱାସ ତୁମେ ନିଶ୍ଚୟ ଆସିବ
କେବେ ନା କେବେ
ଆଉ ମୁଁ ଚିରଦିନ ଥିବି
ତୁମ ଅପେକ୍ଷାରେ ତୁମ ପ୍ରତିକ୍ଷାରେ    ।

ପ୍ରେମଶିଲା ରାଉତ
ବୃନ୍ଦାବାହାଲ, ଗୋଲମୁଣ୍ତା, କଳାହାଣ୍ତି

0 Comments