
କୁନି କୁନି ସବୁ ଛୋଟ ପିଲା ଆମେ
ଗଢିଛୁ ନିଜ ହାତରେ,
ବିଦ୍ୟାଦାତା ପ୍ରଭୁ ଗଣେଶଙ୍କ ମୂର୍ତ୍ତି
ପୁଜିବାକୁ ଭକତିରେ,,।।
ମାଗିବୁ ସଭିଏଁ ଭବିଷ୍ୟତ ପାଇଁ
ବିଦ୍ୟା ବୁଦ୍ଧିର ଭଣ୍ଡାର,
ତାଙ୍କରି ଆଶିଷ ଆମ ପାଖେ ଥିଲେ
ଅଜ୍ଞାନ ହୋଇବ ଦୂର,,।।
ଜୀବନରେ ଆମେ ଉନ୍ନତି କରିବୁ
ସଭିଏଁ ଏକାଠି ହୋଇ,
ପାଠପଢ଼ି ବଡ଼ ମଣିଷଟେ ହେବୁ
ପ୍ରଭୁଙ୍କ ଆଶିଷ ପାଇ,,।।
ତାଙ୍କ କୃପାଥିଲେ ଅଜ୍ଞାନୀ ଟିଏ ବି
ହୋଇପାରିଥାଏ ଜ୍ଞାନୀ,
ଭକତି ଭାବରେ ପୂଜିଛୁ ତୁମ୍ଭକୁ
ଦୋଷ ଜମା ଧରିବନି,,।।
---------------------------
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ