
ନାହିଁ ବଇଁଶୀ ର ସ୍ଵନ
ଉଡୁନାହିଁ ଆଉ ଦାଣ୍ଡରେ ଗୋଧୂଳି
ଶଗଡ଼ ହୋଇଛି ସ୍ବପ୍ନ । ୧
ମିଳୁନାହିଁ ଆଉ ଗୁଡ଼ ମୁଢ଼ି ମୁଆଁ
ମେଗି ନେଇଛି ତା ସ୍ଥାନ
ଗାଁ ଦାଣ୍ଡ ଆଜି ଶୂନ୍ୟ ଶୂନ୍ୟ ଲାଗେ
ବଦଳିଛି ତାର ବର୍ଣ୍ଣ । ୨
ପେଟ ପାଇଁ ସର୍ବେ ଯାଆନ୍ତି ବିଦେଶ
ଛାଡ଼ି ନିଜ ବୃତ୍ତି କର୍ମ
ପୁଞ୍ଜିପତି ନିଶା ଘାରିଛି ସଭିଙ୍କୁ
ତେଜନ୍ତି ସଭିଁଏ ଗ୍ରାମ । ୩
ନାହିଁ ଗାଈ ଗୋଠ ମେଳଣ ପଡିଆ
ନାହିଁ ସେ ପୁରାଣ ପୋଥି
ଅନାମିକା ଆଉ ଅଶୋକ ଭାଇଙ୍କୁ
ଲେଖୁ ନାହିଁ ଜମା ଚିଠି । ୪
ଖେତ କାନ୍ଦେ ଆଜି କୃଷକ ବି କାନ୍ଦେ
ନଥାଏ କାହାର ଦୃଷ୍ଟି
ମିଳୁନାହିଁ ଆଉ ପିଇବାକୁ ଜଳ
କଷ୍ଟେ ହୁଏ ଟିକେ ବୃଷ୍ଟି । ୫
ଟୁକୁନା ସାହୁ, ସାନ୍ତରା ପଲ୍ଲୀ, ଗଞ୍ଜାମ