Information

ବିଜୟୀ ଜୟୀ ରାଜଗୁରୁ - ନାରାୟଣ ଚନ୍ଦ୍ର ସେନାପତି


ଆଜିବି ମନେପଡେ ସେ ମର୍ମନ୍ତୁଦ ମୂହୁର୍ତ୍ତ
ଯେଉଁଦିନ ସେ ନିର୍ମମଟା କଲା
ବରଡାଳରେ ଦୁଇଫାଳ
ଛାତିର କୋହ ଚାପି
ଧନ୍ୟ ଧନ୍ୟ କଲା ଭାରତମାତା
ଆଖିରୁ ଗଡାଇ କେଇଟୋପା ଲୁହଧାର॥
ବାପା ଚାନ୍ଦ ରାଜଗୁରୁଙ୍କର ଥିଲ ପୁନେଇଁର ଅମ୍ଳାନ ଚାନ୍ଦ
ବୋଉ ହୀରାମଣିଙ୍କର ମୁକ୍ତାଖଚିତ ଗଳାହାର
ଜ୍ଞାନର ପତିତପାବନି ଝରୁଥିଲା ତୁମ ହୃଦୟରୁ
 ବିଦ୍ୱାନ ହେଉଥିଲା ସ୍ତବ୍ଧ ଚକିତ
ଦେଖି ତୁମ ଭାଷା,ରାଜନୀତି,ଶାସ୍ତ୍ରର ପାଣ୍ଡିତ୍ୱ
ଦେବ ଭାଷି ମନ୍ତ୍ରୀ ଥିଲ
ଦିବ୍ୟସିଂହ ଅନ୍ତେ ତୁମେ ତ ସାଜିଲ
ଓଡିଶାର ଅସଲ ଭାଗ୍ୟବିଧାତା,
ଦମ୍ଭ ତୁମ ମନ୍ତ୍ର ଥରାଉଥିଲ ଶତ୍ରୁର ତନ୍ତ୍ରୀ
ସାଜିଲ ଖୋର୍ଦ୍ଧାର ପାଇକ ସର୍ଦ୍ଦାର
ବଞ୍ଚାଇବାକୁ ଟିକେ ସ୍ୱାଭିମାନ
ମାଆର ଆତ୍ମସମ୍ମାନ॥
ଆଜି ବି ବୀର ଥରିଉଠେ ଶୁଣି ତୁମ ବଜ୍ର ବାଣୀ
ପଛେ ଜୀବନ ଦେଇଦେବା..
ଇଂରେଜ ଆଗରେ ମୁଣ୍ଡ କିଆଁ ନୁଆଁଇବା
ଭୀତକ୍ରସ୍ତ ହେଲା ବିଦେଶୀ
ଦେଖି ତୁମ ଗରିଲା ଯୁଦ୍ଧ
ବରୁଣେଇଁଙ୍କ ମାନସ ପୁତ୍ର ତୁମେ
କଲ ବଜ୍ର ଶପଥ
ରଖିବାକୁ ଐତିହାସିକ ବରୁଣାଇଗଡ॥
ତୋଷାମଦକାରୀ ଚୁଗୁଲିଆଙ୍କ ସାମାନ୍ୟସ୍ୱାର୍ଥପାଇଁ
ହେଲ ତୁମେ ବନ୍ଦୀ
ଅନ୍ୟାୟୀ ଛଳେ କଲାସିନା ହତ୍ୟା
ଏବେ ବି ଜାତି ଗର୍ବ କରେ..
ବକ୍ଷ ଫୁଲାଇ କହେ..
ଜଇଆ ପଛେ ଜୀବନ ଦେଲା...ହେଲେ
ନୂଆଁଇ ନାହିଁ ମଥା,
ଏବେବି କାନ୍ଦୁଛି ଏମାର ମଠ
ଏବେ ବି ଝୁରୁଛି ଗୋବର୍ଦ୍ଧନ ମଠର ଶିକ୍ଷାଶ୍ରମ
କହୁଛି...ହେ ବ୍ରହ୍ମଚାରୀ..ପ୍ରଥମ ଶହୀଦ୍
ଧନ୍ୟ ତୁମ ସ୍ତ୍ରୀଜ ବଂଶ..ଧନ୍ୟ ତୁମ ଦେଶପ୍ରେମ
ଧନ୍ୟ ଧନ୍ୟ ହେ ବିଜୟୀ ଜୟୀ ରାଜଗୁରୁ
ମହାନ ତୁମ ସେଦିନର ପରମ୍ପରା..କୌଳିକ ପ୍ରଥା॥

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments