
ସକଳ ସୌରଭେ ସୁରଭିତ ହେଲେ
ପାଏ ସେ ନବ ଜୀବନ॥
ସୁଷମା ମଣ୍ଡିତ ତା ବନ ବନାନୀ
ସମୀର ବାସ ଚନ୍ଦନ
ତା ସହ ମୃତ୍ତିକା ଜଳ ଶୁଦ୍ଧ ହେଲେ
ସ୍ୱଚ୍ଛତା କରେ ଗୁଞ୍ଜନ॥
ଯୋଗାଯୋଗ ଆଉ ପରିବହନରେ
ବାଜିଲେ ଉତ୍ତମ ବୀଣା
ଅସୁବିଧା କଷ୍ଟ ସପନ ଜୁଆର
ଲୋକଙ୍କୁ ନ ଛୁଏଁ ବଣା॥
ମାନବିକତା ଓ ମଣିଷପଣିଆ
ବାନ୍ଧେ ଗାଁର ଜନଙ୍କୁ
ଅଳ୍ପରେ ଆନନ୍ଦ ତୋଷି ସର୍ବଜନ
ଡାକେ ସେ ସ୍ନେହ ପ୍ରେମକୁ॥
ଗାଁର ପଖାଳ ନଈ ପଟା ବାଆ
ତୁଳସୀ ଆମ୍ବ ବଉଳ
ସ୍ୱାଭିମାନ ଅବା ସ୍ୱଦେଶୀ ଛୁଆଁରେ
ମମତା ଗୁନ୍ଥଇ ମାଳ॥
ଶୃଙ୍ଖଳା ସଂସ୍କାର ପୁଣ୍ୟତୋୟା ମାନେ
ସମ୍ମାନେ ଦ୍ୟନ୍ତି ଆଚାର
ସରଳୀ ହୃଦୟ ପ୍ରକୃତ ଶରଧା
ବାଣ୍ଟିଥାଏ ନିରନ୍ତର ॥
କଳା ନୈପୁଣ୍ୟରେ ମାହୀହେଲେ ଗାଆଁ
ଲଭିବ ରାଜ୍ୟ ଗୌରବ
ଉତ୍ତମ ସମାଜ ନୀତିର ସ୍ରୋତରେ
ବାଣ୍ଟେ ଆଦର୍ଶ ବିଭବ ॥
ଗାଁ ପଞ୍ଚାୟତ ରାଜନୀତି ଭରା
ଗାଁ ଗୁରୁ ପରା ଦ୍ରୋଣ
ମାଆର ସେନେହ ଅତିଥି ସତ୍କାର
ଚିର ସ୍ମରଣ ବନ୍ଦନ ॥
କୃଷି ଶିଳ୍ପ ଆଉ ସାହିତ୍ୟ ବିଜ୍ଞାନେ
ଛିଡା ହେଲେ ଗାଁ ଆଗେ
ନିର୍ମଳ ଓଡିଶା ଗାଁ ସୁନ୍ଦରରେ
ଗଢିବା ଆସ ସରାଗେ॥
ନାରାୟଣ ସେନାପତି
ଜମ୍ଭୀରା, କେନ୍ଦୁଝର