ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଜ - ଶ୍ରୀଜଗନ୍ନାଥ ତିରିଶା - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଜ - ଶ୍ରୀଜଗନ୍ନାଥ ତିରିଶା - ଇଂ ଦୀପ୍ତି ରଞ୍ଜନ ପଣ୍ଡା


ଜଗତ କରତା ସବୁଥିର ସୁତ୍ରଧର
ଜପିବାକୁ ବଳ ଦିଅ କରନାହିଁ ପର ।
ଜାଗ୍ରତ ହୋଇ ବସିଛ ରତ୍ନବେଦୀପର
ଜାଳା ସହି ପାରୁନାହୁଁ ପ୍ରଭୁ ଦୂର କର ।
ଜିଗର କରୁଛି ମୋର ପାପ ଧୋଇଦିଅ
ଜିହ୍ୱା ସୁଖକୁ ମୋହର ପ୍ରଭୁ ମାରିଦିଅ ।
ଜୀବଘନ ବୋଲି ତୁମ ଡେଣ୍ଡୁରା ବାଜୁଛି
ଜୀବମାନେ ଅନାହାରେ କାହିଁକି ମରନ୍ତି ?
ଜୁଇ ଜଳିବାର ପୂର୍ବୁ ତୁମକୁ ଦେଖନ୍ତି
ଜୁହାର କରୁଛି ପ୍ରଭୁ ରଖ ମୋ ମିନତୀ ।
ଜୂ ଅବା କାହାର ଅଛି ସାରା ବ୍ରହ୍ମାଣ୍ଡରେ
ଜୂ କଳିବାକୁ କାଳିଆ ତୁମ୍ଭର ସାଥିରେ ।
ଜେଜେକାର ଶୁଭାଯାଏ ଜୟ ଜଗନ୍ନାଥ
ଜେୟ ସବୁଥିରେ ଶ୍ରେଷ୍ଠ ବ୍ରହ୍ମାଣ୍ଡର ନାଥ ।
ଜୈତ୍ରମଣି ଲୋଡା ନାହିଁ ଲୋଡା ତୁମ୍ଭେ ନାଥ
ଜୈନ,ବୈାଦ୍ଧ,କ୍ଷ୍ରୀଷ୍ଟ ତୁମ୍ଭ ଚରଣେ ଆଶ୍ରିତ ।
ଜୋଡହସ୍ତ ହୋଇ ଦୀପ୍ତି କରୁଛି ମିନତୀ
ଜୋଗାଡିବ ଦୁଃଖିପାଇଁ ପ୍ରଭୁ ସବୁକିଛି ।

(ଜାଳା-ଜ୍ୱାଳା, କଷ୍ଟ, ଜିଗର-ଅଳି କରିବା, ଜିହ୍ୱାସୁଖ-ଭଲ ଖାଦ୍ୟରେ ଯାହାର ଲୋଭ, ଜୀବଘନ-ସବୁ ପ୍ରାଣୀଙ୍କର ପ୍ରଭୁ, ଜୁଇ-ଶବ, ଜୂ-ଶକ୍ତି ସାମର୍ଥ୍ୟ, ଜେଜେକାର-ଜୟ ଜୟ ଧ୍ୱନୀ, ଜେୟ-ଜୟ କରିବାର ଯୋଗ୍ୟ, ଜୈତ୍ରମଣି-ଯେଉଁ ମଣି ପିନ୍ଧିଲେ ଶତ୍ରୁଙ୍କୁ ଜୟ କରିହୁଏ)

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ୱର
ଦୂରଭାଷ : ୯୪୩୭୦୮୧୩୩୩

0 Comments