ହେ ସଖୀ - ଜିତେନ୍ଦ୍ର ସାହୁ

0

ହେ ସଖୀ,,,
   ଫଗୁଣ ତୁମ ବୟସ ପାହାଚ ଅତିକ୍ରମ କରି ଡାକଦେଲାଣି ।
ଶ୍ରାବଣ ତାର ବର୍ଷା ଛିଟା ଛାଡି ପ୍ରୀତି ବର୍ଷାରେ ଭିଜିବାକୁ ବାଧ୍ୟ କଲାଣି।
କେମିତି? ତୁମେ କେମିତି ଏକଥା ବୁଝିପାରୁନ?
           "ଏତେ ବଡଟିଏ ହେଲଣି"।
      ଚିରସ୍ରୋତା ନଦୀ ପରି ଢଳଢଳ ଯଉବନ ତୁମ ଅଙ୍ଗେ ଅଙ୍ଗେ ଖେଳିଲାଣି।
ବିଜୁଳି ଆକାରେ ଚମକି ଉଠି ଅଳସୀ
ତନୁରେ ସେ ନିତି ଅଳସ ଭାଙ୍ଗିଲାଣି।
    କେମିତି? ତୁମେ କେମିତି ଏକଥା ବୁଝିପାରୁନ?
           "ଏତେ ବଡଟିଏ ହେଲଣି"।
     ତୁମ ହୃଦୟ ସାଗରୁ ପ୍ରୀତିର ଜୁଆର ପିଟିଲାଣି କେତେ ମଥା।
ମନ ବଗିଚାରୁ ନାନା ଜାତି ଫୁଲ ଝରିଗଲେଣି ଅଯଥା।
ପଲ ପଲ ମଧୂମକ୍ଷୀ କେତେ ଅସ୍ତବ୍ୟସ୍ତ ହେଲେଣି।
   କେମିତି? ତୁମେ କେମିତି ଏକଥା ବୁଝିପାରୁନ?
           "ଏତେ ବଡଟିଏ ହେଲଣି"।
    ଢାଙ୍କୁଛ ତନେ ଯୋ ଓଢଣୀ ସିଏ ହେବାକୁ ଚାହୁଁଛି ଓଢଣା,
ମଥାର ଟିକିଲି ବିନ୍ଦିଟି; ସିନ୍ଦୂର ବିନ୍ଦୁରେ ହେବାକୁ ଗଣା।
କୁଆଁରୀ ଲାଜୁଆ ଚାହାଁଣୀ କହେ ଅନ୍ତର ବାଣୀ।
ନୂଆଁ ବୋହୁଟିଏ ହେବାକୁ ଢାଳି ବାଡୁଅ ପାଣି।
    କେମିତି? ତୁମେ କେମିତି ଏକଥା ବୁଝିପାରୁନ?
           "ଏତେ ବଡଟିଏ ହେଲଣି"।

ଜିତେନ୍ଦ୍ର ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)