OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ରଥଯାତ୍ରାରେ ଶ୍ରୀଜଗନ୍ନାଥ - ମାନସ ରଞ୍ଜନ ପଟ୍ଟନାୟକ

ରଥଯାତ୍ରାରେ ଶ୍ରୀଜଗନ୍ନାଥ - ମାନସ ରଞ୍ଜନ ପଟ୍ଟନାୟକ


ଜନମବେଦୀକୁ ଯାତ୍ରା କରୁଛନ୍ତି ଦେଖଗୋ ଜଗତନାଥ ।
ଜନସମୁଦ୍ରର ଲହରୀ ଭିତରେ ସର୍ବେ ଆଜି ଆନନ୍ଦିତ ।।

ଭାଇ ଭଉଣୀଙ୍କୁ ସଙ୍ଗତରେ ଧରି କରୁଥାନ୍ତି ଯେ ଗମନ ।
ଆଡପ ମଣ୍ଡପେ ରହିବେଟି ପ୍ରଭୁ କରିବା ତାଙ୍କୁ ଦର୍ଶନ ।।
ଇନ୍ଦ୍ରଦ୍ୟୁମ୍ନ ରାଜା ଗଢାଇଲେ ସେଠି ଅଟଇ ପବିତ୍ର ତୀର୍ଥ ।।।

ନୀଳକନ୍ଦରରେ ସ୍ଥାପନା କରିଲେ ଅଧାଗଢ଼ା ମୁର୍ତ୍ତି ଥୋଇ ।
ଶ୍ରୀମନ୍ଦିର ଭାବେ ବିଖ୍ଯାତ ହୋଇଲା ରହିଲେ ଜଗତସାଇଁ ।।
କେଉଁ କେତେ କାଳୁ ବିରାଜିତ ହୋଇ ପୂଜା ପାଉଛନ୍ତି ସେତ ।।।

କଥା ଦେଇଥିଲେ ଗୁଣ୍ଡିଚା ରାଣୀକୁ ଯିବେ ବରଷରେ ଥରେ ।
ନବଦିନ ବ୍ୟାପି ସେହି ନିବାସରେ ରହିବି ତୁମ ପାଖରେ ।।
ଦୟାମୟ ଦୟା କରିଲେ ତାହାଙ୍କୁ ବିଶ୍ବେଜନ ଆଚମ୍ବିତ ।।।

ବାଆର ଚଉଦ ଷୋହଳ ଚକାରେ ରଥ ହୁଅଇ ନିର୍ମାଣ ।
ସେ ତିନିରଥକୁ ଦେଖ ଥରେଭାଇ ଲାଖିରହିଯିବ ମନ ।।
ରଥାରୂଢ ହୋଇ ଯିବେ ମହାପ୍ରଭୁ କେଡେ ମନୋରମ ଯାତ ।।।

ଘଗର୍‌ ନାଦରେ ତିନିରଥ ଯାଏ ବଡଦାଣ୍ଡ ଥରହର ।
ବିଜୟଧ୍ବଜାକୁ ଉଡାଇଣ ପ୍ରଭୁ ଯାଆନ୍ତି ଯାଆନ୍ତି ଗୁଣ୍ଡିଚା ଘର ।।
ଭାବଗ୍ରାହୀ ପ୍ରଭୁ ଭାବର ଠାକୁର ରଥେ ଦେଖ ବିରାଜିତ ।।।

ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ-ମାଟିର ମହକ 
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ - ୭୫୨୦୫०
ଦୂରଭାଷ - ୯୦୪୦୭୫୧୪୯୦

0 Comments