
ଭୁଲ ବହୁଳ ଏ ମାନବ ଜୀବନ
ଜୀବନ ଭୁଲ ବହୁଳ
ଜାଣିକରି ଭୁୁଲ ପୁଣି ସେହିଭୁଲ
କରୁଥିବା ଆମେ ଭୁଲ
ଭୁଲରୁ ଶିଖିବା ଭଲ।
ଭୁଲ ଆଢୁଅଳେ ଲୁଚି ଆସେ ଭଲ
ଏ ଜୀବନୁ ଲୀନ ଭୁଲ
ଗଗନେତାରକା ମାନଯଥାଶୋଭେ
ଭଲ ଜୀବେ ଭଲ ଲଭେ
ଜୀବନେ ଆନନ୍ଦ ଲଭେ।
ଅଧର୍ମ ଭିତରୁ ଆସେ ଲୁଚି ଧର୍ମ
କର୍ମ ମାନବ ଧରମ
ଧର୍ମ ପୂର୍ଣ ଭବେ ସ୍ଥିତ ଭବେ ଯଶ
ଜପିଲେ ଧରମ ନାମ।
ଭ୍ରମ ଏକ ଅଗ୍ନି ସମ।।
ସଂସାର ମଧ୍ୟରେ ଜନମି ଅଛନ୍ତି
ଜୀବ ମଧ୍ୟେ ଶାନ୍ତିପାଇଁ
ଜୀବନରେ ସର୍ବେ କରିବି ଧରମ
ସଦା କରୁଥିବ ଧର୍ମ
ଧର୍ମରୁ ଲଭିବ କର୍ମ।।
ଦେବତାଯଦିଓ କୋପିତହୋଇବେ
କେହି ନ ଜୀଇଁବେ ଭବେ
ତେଣୁ ଜୀବନରେ ଦର୍ପ ନ କରିବ
ଦର୍ପ ତନ୍ଦ୍ରା ନାହିଁ ଲଭେ
ଜୀବେ ସଦା ଶାନ୍ତି ଲଭେ।।
ଚିତ୍ତ କଥା ସଦା ଚିତ୍ତେ ରଖିଥିବ
ଚିତ୍ତାତ୍ ମା ପ୍ରକାଶତ
ସେହୁଲଭେସିନା ଶାନ୍ତିଏ ସଂସାରେ
ଶାନ୍ତିରୁ ଲଭି ଶକତି
ଶାନ୍ତ୍ୟା ଜୀବନ ପ୍ରଶାନ୍ତି।।
ଏଣୁ ଜୀବନରେ କଦାପି ମା କୃଧ୍ୟ
କ୍ରୋଧେବ ପରମ ରିପୁ
ସଦା ଜୀବନରେ ଦୁରିତ ରହିବ
କ୍ରୋଧ ଲୋଭ ସମ ରିପୁଁ
ସତତ ତ୍ୟଜ ସମୀପୁ।।
ଜୟସେନ ପ୍ରଧାନ, ସଂସ୍କୃତ ସାହିତ୍ୟ।ଚାଯ୍ୟ
ମାଳତେନ୍ତୁଳିଆ, ପୋଲସରା, ଗଞ୍ଜାମ