Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରଣମେ ସାଦର - କବିତା ପଟ୍ଟନାୟକ

ବ୍ରହ୍ମ ରୂପି ଗୁରୁ ତୁମେ ବିଷ୍ଣୁମହେଶ୍ୱର
ଜ୍ଞାନଲୋକେ ନିର୍ବାପିତ କଲ ଅନ୍ଧକାର
ସେହି ଗୁରୁ ପୟରେ ମୁଁ ପ୍ରଣମେ ସାଦର ।
ପିତାରୂପେ ମାତା ରୂପେ ଗୁରୁ ଗାରିମାର
ବନ୍ଧୁରୂପେ ଗୁରୁ ତୁମେ ସିନ୍ଧୁ-ପ୍ରେମ-ଝର
ସେହି ଗୁରୁ ପୟରେ ମୁଁ ପ୍ରଣମେ ସାଦର ।
ବେେତ ତୁମ ବାଟ ଦେଲା ଜୀବନେ ମୋର
ହାତଧରିଶିଖାଇଲ ଜୀବନର ହସ୍ତାକ୍ଷର
ସେହି ଗୁରୁ ପୟରେ ମୁଁ ପ୍ରଣମେ ସାଦର ।
ମହତ ଦାନେମଣ୍ଡିଲ ସୃଷ୍ଟି ସମ୍ଭାର
ଶିକ୍ଷାଲୋକେ ଉଦ୍ଭାସିଲା ସାରା ସଂସାର
ସେହି ଗୁରୁ ପୟରେ ମୁଁ ପ୍ରଣମେ ସାଦର ।
ଶ୍ରଦ୍ଧା-ପ୍ରିତି -ପୟବର
ଶଙ୍ଖ-ଧ୍ୱନୀ-ଓଁକାର ର
ଦୟା କ୍ଷମା ଅବତାର ହେ ମଙ୍ଗଳ କର
ସେହି ଗୁରୁ ପୟରେ ମୁଁ ପ୍ରଣମେ ସାଦର ।

Post a Comment

0 Comments