ଦୁଃଖ କାହାର - ଚିତ୍ତରଞ୍ଜନ ସାହୁ

ଦୁଃଖ କାହାର - ଚିତ୍ତରଞ୍ଜନ ସାହୁ

ଜୀବନରେ ବହୁତ ଦୁଃଖ ଆସେ !
ସାମ୍ନା କରିବାର ସାମର୍ଥ୍ୟ ନଥିଲେବି
ଆଲିଙ୍ଗନ କରିବାକୁ ହୁଏ।
ବାଧ୍ୟ ବାଧକତାରେ ନୁହେଁ,
ବରଂ ଭାଗ୍ୟର କଠୋର ପରୀକ୍ଷାକୁ
ନତମସ୍ତକ ଜଣାଇ !!

ମୋର ବି ଆସିଛି,
ତୁମର ବି ଆସିଥିବ,
ବର୍ତ୍ତମାନ ଏ କବିତାକୁ ପଢ଼ୁଥିବା
ସାହିତ୍ୟିକ-ପାଠକ ପାଠିକାଙ୍କର ବି ଥିବ !!

କାହାର ସେ ଚିର ସାଥି ?
ମୋର ? ଆପଣଙ୍କର ନା ଆଉ କାହାର ?
ବୋଧହୁଏ ଆମର ?
କାରଣ ଖୋଜିଛି !
ପାଇଛି ମଧ୍ୟ।
ଦୁଃଖ କେବଳ ଜଣଙ୍କର ନୁହେଁ।
ସେ ବି ମହାଦାନୀ ଟେ !
ସମସ୍ତଙ୍କୁ ସେ ଭଲପାଏ।
କାହାକୁ ଅଳ୍ପ କାହାକୁ ଟିକେ ଅଧିକ।
କିନ୍ତୁ ସେ ପକ୍ଷପାତ ଜାଣେନି।

ଭାବୁଛି ଦୁଃଖ ବହୁତ ତପସ୍ୟା କରିଛି
ମୋର ସାଥିଟିଏ ହେବାପାଇଁ !!
ଦେଖୁନ ପାଖ ଛାଡ଼ୁନି।
କେତେଥର ଗାଳି ଦେଇଛି,
ଗଳା ଧକା ଦେଇ
ଦୂରକୁ ଠେଲି ଦେବାକୁ ଭାବିଛି
ହେଲେ ସେ ମତେ ବହୁତ ଭଲ ପାଏ।
"ଆକାଶ-ବାଦଲର",
"ଚାନ୍ଦିନୀ-ପୂର୍ଣ୍ଣମୀର" ପ୍ରେମ ଭଳି
ଆମ ପ୍ରେମ ଅମର ! ପବିତ୍ର ! ଶାଶ୍ୱତ! !
ତେଣୁ ସେ ପ୍ରତ୍ୟେକ ଥର ଫେରି ଆସେ।
କେବଳ ମୋ ପାଇଁ।
ମତେ ଟିକେ ଜାବୁଡି ଧରିବାକୁ।
ମୋ ଆଖିର ଧାରା ଶ୍ରାବଣରେ
ତାର ତୃଷ୍ଣା ମେଣ୍ଟାଇବାକୁ।
ଆଉ ଜଣାଇ ଦିଏ ଯେ
ସେ କେବେବି ମୋଠୁ ଅଲଗା ହବନି।

1 Comments

  1. ସରଳ ଭାଷା ଶୈଳୀ ରେ ସୁନ୍ଦର ଉପସ୍ଥାପନ କରିଛନ୍ତି ।
    ତଥାପି ଭାବକୁ ଆହୁରି ଗମ୍ଭୀର କରିବା ଜରୁରୀ ଅଛି..

    ଦୁଃଖ ମଣିଷର ସହଚର ...ତାକୁ ଭଲପାଇବା ଜରୁରୀ...
    ମୁଁ ତ ବହୁତ ବହୁତ ଭଲପାଏ ଦୁଃଖକୁ...
    କାହିଁକିନା ସେ ବହୁତ କିଛି ଶିଖାଇଥାଏ...
    ଯାହାସବୁ ଶିଖିବାକୁ ମିଳିନପାରେ ବିଶ୍ୱର କୌଣସି ଏକ ବିଦ୍ୟାଳୟ ବିଶ୍ବବିଦ୍ୟାଳୟରେ.....

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।