Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆସିବୁକି ଫେରି ଆଉଥରେ ତୁ - ସମିର କୁମାର ବେଉରା

ଆସିବୁକି ଫେରି ଆଉଥରେ ତୁ
ଚଇତରେ ଚଇତାଳି ବାସ୍ନା ସହ
ଆମ ବାଡ଼ିପଟେ ବାସୁଥିବ
କଷି ଆମ୍ବ ମହମହ ,
ତୋର ମୋର
ଲେଖିବା କବିତା ସାଙ୍ଗହୋଇ
ଆମ ଶୈଶବର ଅଭୁଲା କଥା
ସବୁ ମନେ ପକେଇ |୧|
ଆସିବୁକି ଫେରି ଆଉଥରେ ତୁ
ଶ୍ରାବଣର ଝିପି ଝିପି ବର୍ଷାରେ
ବିଜୁଳିର ଚମକରେ ଚମକିତ ହୋଇ
ସାଥିହୋଇ ତୋର ମୋର ଖାଇବା
ମୋ ବୋଉରନ୍ଧା
ଲଲାଟ ଚାଉଳର ଭାତ,
ମୁଗ ଡାଲି, ଶାଗଭଜା
ଚୁନା ମାଛ ଚଡ଼ଚଡ଼ି ,
ଆମ୍ବୁଲ ଖଟା ଆଉ
ଜନହିଁ ଡଙ୍କ ରାଇତା |୨|
ଆସିବୁକି ଫେରି ଆଉଥରେ ତୁ
ମାର୍ଗଶିର ଶୀତରେ ଅବା ମାଘୁଆ ଜାଡରେ
ସାଙ୍ଗ ହୋଇ ତୋର ମୋର
ଆଉ ଥରେ ତୋଳିବା କଣ୍ଟେଇ କୋଳି ,
କାଜୁ ବଗିଚା ଆଉ ନଡାଗଦାରେ ଲୁଚି
ଖେଳିବା ଲୁଚକାଳି ,
ଆମ ଅଗଣାରେ ଜମିଥିବ
ଗେଣ୍ଡୁ ଫୁଲମାନଙ୍କର ଗହଳି ଚହଳି
ତତେ ସ୍ୱାଗତକରିବେ
ମୋ ବୋଉ ହାତତିଆରି
ନଡ଼ିଆ ପିଠା ,କାକରା ଆଉ ସରୁ ଚକୁଳି |୩|


ସମିର କୁମାର ବେଉରା,
କୁସୁପଙ୍ଗି, ବାଙ୍କୀ, କଟକ, ଦୂରଭାଷ - ୯୪୪୪୭୯୭୪୨୭

Post a Comment

0 Comments