Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - କାଚ କଣ୍ଢେଇ - ରାଜେନ୍ଦ୍ର ଗିରି

ଫଗୁଣ ମାସ ର ଶେଷ ଆଡକୁ, କମି ଗଲାଣି ଶୀତ ର ପ୍ରକୋପ, ଚାରିଆଡେ ବିଛାଡି ହୋଇ ପଡ଼େ ନୂଆ କରି ପାଚୁ ଥିବା ଫଳ ର ବାସନା ସାଂଗକୁ ପକ୍ଷୀ ମାନଙ୍କର ମଧୁର କୂଜନ, କ୍ଷୀଣ ହୋଇ ଅସିଲାଣି କୋଇଲି ର କୁହୁତାନ । ପ୍ରକୃତିର ଏ ଆଶୀର୍ବାଦ ରୁ ସେତେ ଅବା କେମିତି ବାଦ ପଡ଼ିବ ରୂପପୁର ଗାଁ । ଚାରିଆଡେ ଫୁଲ ଫଳ ରେ ପୁରି ଯାଇଥିବା ଗଛ। ସତରେ କୋଉ ଗୋଟିକ ବି ବାଦ ଯାଇନି। ସଞ୍ଜ ଅସିଲେ କିନ୍ତୁ ଗାଁ ର ରଂଗ ଟିକେ ଅଲଗା । ଏତେ ସୁନ୍ଦର ପରିବେଶ ଟା କିଟିିମିଟିଆ ଅନ୍ଧାର ରେ ଲୋସୁଡି ହୋଇ ପଡେ। ସ୍ୱାଧୀନତା ର ଆଜି ୭୧ ବର୍ଷ ପରେ ମଧ୍ୟ ବିଜୁଳି ଏଠି ସ୍ବପ୍ନ। ସଞ୍ଜ କୁ କେବଳ ଡିବିରି ହିଁ ସାହା। up ସ୍କୁଲ ପାଖରେ ଟୁନି ବୁଢା ର ଗଟେ ଚା-ଦୋକାନ । ସକାଳ ଠୁ ସନ୍ଧ୍ୟା ସେଠି ଭାରି ଭିଡ଼ ଜମେ । ଲକେ ଜିନିଷ କିଣନ୍ତି କମ, ହେଲେ ଶ୍ୟାମ ବାବୁଙ୍କ ଚାରିପାଖରେ ଘେରି ଯାନ୍ତି ସବୁବେଳେ।ବଲ ବଲ କରି ଅନେଇ ଥାନ୍ତି ତାଙ୍କ ପାଟିକୁ।ପାନ ଖାଇ ବାବୁଙ୍କ ପାଟି ପୁରା ଲାଲ ଟହ ଟହ । ତାଙ୍କ ମୁହ ରୁ ଯୋଉ କଥା ବାହାରେ ତାହା ହିଁ କାଳେ ସତ ହୁଏ । ସେ ପ୍ରବଚନ ଦିଅନ୍ତି ନାହିଁ, କେବଳ ପେପର ପଢି update କରନ୍ତି ମୁର୍ଖ ଗାଁଲୋକଙ୍କୁ । ପଢା ଘରେ ବାବୁଙ୍କର ବେଶୀ ଦଖଲ ନାଇଁ। ହେଲେ ପାଖ ସହରର ତଳ ଆଡେ ଗୋଟେ ସରକାରୀ ତଳିଆ କର୍ମଚାରୀ । ସହର ରେ କେହି ତାଙ୍କୁ କିଛି ନପଚାରିଲେ ବି, ଗାଁ ରେ କିନ୍ତୁ ତାଙ୍କର ଗଟେ status ଅଛି। ପରିବାର କହିଲେ ସ୍ତ୍ରୀ ମୀନା ଆଉ ଝିଅ ବୁଲି । ବୁଲି କୁ ମାତ୍ର ୯ ବର୍ଷ । ସେ ତା ସ୍କୁଲରେ ପ୍ରଥମ ହୁଏ। ଦିନେ ସନ୍ଧ୍ୟା ରେ ବାପା ଫେରିଲେ ଘରକୁ, ବୁଲି ମା ପାଖରେ ବସି ପଢୁଥାଏ । ଉଠି ଯାଇ ବାପା ଙ୍କୁ କହିଲା, ବାପା ଦେଖିଲ ମାଙ୍କୁ ପଚାରୁଛି ସେ କିଛି କହିପାରୁନି । ଆଚ୍ଛା ବାପା ତମେ କହିଲ ଆମ ଗାଁ ରେ ବିଜୁଳି କାଇଁକି ନାହିଁ, ଆଉ ସେ ଆସିବ କେମିତି ।ପିଲାଟିର କଥା ଶୁଣି ସେ ପ୍ରଥମେ ଖୁସି ହୋଇଗଲେ,ମାତ୍ର ମନ ଭିତରେ ଭରି ଗଲା ତାଙ୍କର ଗଟେ ନିର୍ଦୟ ଆଶଙ୍କା । ଯୋଉଁ ବିଜୁଳି ପାଇଁ ରାଜନେତା ମାନେ ଏଠି ରାଜନୀତି କରୁଛନ୍ତି । ୟା ବିରୋଧ ରେ ଶ୍ବର ଉଠାଉ ଥିବା ଜଣେ ପରେ ଜଣେ ସଂଗ୍ରାମୀ କୁ ହତ୍ୟା କରା ଯାଉଛି ସେ କଥା କଣ ବୁଲି କୁ କହି ହବ, ନା ଏବେ କହିବାଟ ଠିକ ହେବନି। ପୁଣି ଥରେ ବୁଲି ବାପା ଙ୍କ ମୁହ ରେ ହାତ ବୁଲାଇ ପଚାରିଲା ।


ଉତର ଦେଇ ବାପା କହିଲେ ଦେଖ ମା'ରେ, ବିଜୁଳି ତୋ ଆମର ନୁହଁ। ଏଇଟା ସରକାରଙ୍କର ।ତେଣୁ ସରକାର ଯେବେ କୃପାକରିବେ ସେବେ ଆସିବ । ପୁଣି ବୁଲି ପଚାରିଲା ଆଚ୍ଛା ବାପା ସରକାର କେବେ କୃପା କରିବେ। ଦେଖ ମା' ଯଦି ସମସ୍ତେ ଏ ବିଷୟରେ ଯାଇ ସରକାରଙ୍କୁ କୁହନ୍ତି ତେବେ ଯାଇ ସେ ଶୁଣିବେ, ଆଉ ଆମ ଗାଁ କୁ ବିଜୁଳି ଆସିବ। ଏଥି ପାଇଁ ଜଣେ ଭଲ ସଂଗ୍ରାମୀ ଆବଶ୍ୟକ । କହିଲ ବାପା ଭଲ ସଂଗ୍ରାମୀ ହେବା ପାଇଁ କ'ଣ କଣ ଦରକାର। ମୁଁ ହେବି ସେ ସଂଗ୍ରାମୀ । ଝିଅର ଏମିତି କଥା ଶୁଣି ମୁଣ୍ଡ ଝିମି ଝିମି ହୋଇଗଲା ତାଙ୍କର। ଡାକ୍ତର କରିବେ ବୋଲି ମନେ ମନେ ସେ ଭାବି ସାରିଛନ୍ତି। ଏ ଖଣ୍ଡମଣ୍ଡଳ ରେ କେହି ଡାକ୍ତରୀ ପଢି ନାହାନ୍ତି। ହେଲେ ବୁଲି ଏ କଣ କହୁଛି । ପିଲା ଲୋକ ସେ ପାଇଁ ଏମିତି କହୁଛି ବୋଧେ। ରାତି ପାହି ସକାଳ ହେଲା, ଶ୍ୟାମ ବାବୁ ବାହାରିଗଲେ ସହରକୁ ମନ ରେ କିନ୍ତୁ ବୁଲି ର କଥା ।ସବୁଦିନ ପରି ଟୁନି ଚା ଦୋକାନ ରେ up school ପିଅନ ଭଗିଆ ଆସି କହିଲା ହୈଇଅ ଶ୍ୟାମ ବାବୁ ତମ ବୁଲି ଏ ଥରକ ମଧ୍ୟ class ରେ ପ୍ରଥମ ହୋଇଛି। ତା କଥାରେ ତାଳ ଦେଇ ଟୁନି ମଉସା କହିଲା ଦେଖିବ ଶ୍ୟାମ ବାବୁ ଆମ ବୁଲି ଦିନେ ବହୁତ ବଡ ଡାକ୍ତର ହବ ହଁ । କିଛିଦିନ ଗଲା ପରେ ପୁଣି ଏକୁଟିଆ ବାପାଙ୍କୁ ପାଇ ବୁଲି ସଂଗ୍ରାମୀ ହେବ କିପରି ପଚାରିଲା,, ସତେ ଯେମିତି ଛାତି ତଳେ ଗଟେ ଶକ୍ତ ବଜ୍ରାଘାତ ହେଲା ପରି ସେ କେବଳ ବୁଲି ର ମୁହଁକୁ ଅନେଇ ଥାନ୍ତି,, "କୁହ ବାପା ମୁଁ ବିଜୁଳି କେମିତି ଆଣିବି" ହଟାତ ଚାରିଦିଗ ଅନ୍ଧାର ହେଲା ପରି ମନେ ହେଲା ତାଙ୍କୁ।କିଛି ପାଟି ନ ଫୁଟାଇ ଲଥ କରି ବସି ପଡିଲେ ରମେଶବାବୁ ।


ଦିନେ school ର ପ୍ରଧାନ ଶିକ୍ଷକ ଏକୁଟିଆ ରମେଶ ବାବୁଙ୍କୁ ପଚାରିଲେ ବୁଲି ର କଣ ହୋଇଛି ସେ ଆଉ ଆଗ ଭଳି ପଢା ରେ ମନ ଦେଉନି। ଯେତେବେଳେ ମୋ ଆଗକୁ ଅସୁଛି ସଂଗ୍ରାମୀ ହୋଇ ବିଜୁଳି କେମିତି ଆଣିବ ପଚାରୁଛି । ମୁଁ ତ ଆଶ୍ଚର୍ଯ୍ୟ ହୋଇଯାଉଛି ଏଡିକି ଟିକିଏ ଛୁଆ ଏମିତି ବଡ଼ କଥା କଣ ପଚାରୁଛି। ଦିନେ ନୁହଁ କି ଦୁଇ ଦିନ ନୁହଁ କିଛି ବର୍ଷ ୟା ଭିତରେ ବିତିଗଲାଣି, ବୁଲି ଆସି ଅଷ୍ଟମ ରୁ ନବମ, ସବୁ ଥର ପରି ଏଥର ମଧ୍ୟ ପ୍ରଥମ । କିନ୍ତୁ ସବୁଦିନ ପରି ସେଇ ଗୋଟିଏ ପ୍ରଶ୍ନ ଶିକୁଳି ପରି ବାନ୍ଧି ରଖିଛି ତା ମନକୁ । ଧୀରେ ଧୀରେ ବୁଲି ବଡ ହେଲାଣି, ବର୍ଷା ଦିନିଆ ସନ୍ଧ୍ୟା ରେ ପୁଣି ଥରେ ସେ ବାପାଙ୍କୁ ଯାଇ ସେଇ ପୁରୁଣା ପ୍ରଶ୍ନ ପଚରିଲା ସବୁ ଦିନ ସେଇ ଗୋଟେ କଥା ଶୁଣି ଶୁଣି ତାଙ୍କର ଅଭ୍ୟାସ ରେ ପଡିଯାଇଥିଲା । ସବୁ ଦିନ କେବେ ସମାନ ଯାଏନି ଅଫିସ କାମ ରେ ଟେନସନ୍ ଥିବା ରେମଶ ବାବୁ କିନ୍ତୁ ନିଜକୁ ଅଟକେଇ ପାରିନାହାନ୍ତି ଉଠିଯାଇଛି ତାଙ୍କର ବଢ଼ିଲା ଝିଅ ଉପରକୁ ହାତ। "କି ବାଜେ ପିଲା ସବୁଦିନ ସେଇ ଭିତ୍ତି ହୀନ ପ୍ରଶ୍ନ, ଆଉ କଣ କିଛି ଜାଣିନୁ ତୁ ଦୁନିଆରେ, ପାଠ ପଢ଼ୁଛୁ ନା ଆଉ କଣ କରୁଛୁ" କିଛି ନକହି ବିନା ପ୍ରତିବାଦ ରେ ଫେରି ଯାଇଛି ବୁଲି । ନିମିଷକ ମଧ୍ୟରେ ଭାଙ୍ଗି ଗଲା ସବୁ ନିରବତା, ସତରେ ଯେମିତି ବାହାରର ଘଡ ଘଡି ଶବ୍ଦ ବୁଲି ର ଗାଲ ଆଉ ରମେଶ ବାବୁଙ୍କ ହାତ ମଧ୍ୟରେ ହିଁ ସୃଷ୍ଟି ହୋଇଛି । ଅସୁମାରି ବରଷା ର ଧାରା ଗଡି ଯାଉଛି ବୁଲି ର ସୁନ୍ଦର ଫୁଲ ପରି ଗାଲ ଉପରେ । ସେଇ ପ୍ରଶ୍ନ କଥା ଭାବି ଭାବି ଆଖି ଲାଖି ଯାଇଛି ବୁଲି ର । ଖାଇବା ପାଇଁ ମୀନା ଦେବୀ ଡାକିଲା ବେଳେ ମନା କଲେ ରମେଶ ବାବୁ, ଅତି ଗେଲହ ବସରରେ ବଢ଼େଇ ଥିବା ଝିଅ ଉପରକୁ ହାତ ଟା ଉଠେଇ କିଛି ଠିକ କରିନି। ମାଙ୍କର ମଧ୍ୟ ସାହାସ ହେଲାଣି ଡାକିବା ପାଇଁ । ରାତିରେ କିନ୍ତୁ ଶୋଇପାରିନାହାନ୍ତି ରମେଶ ବାବୁ। ଦୋଷୀ ବୋଲି ନିଜକୁ ମନେ କରିଛନ୍ତି ସେ । ବଢ଼ିଲା ଝିଅ ଯଦି କିଛି ଅଘଟଣ କରି ବସିଲା। ନା ନା.... ମୋ ବୁଲି ସେମିତି କିଛି କରିବନି ତଥାବି ଯିବି କି ମୁ ତା ପାଖକୁ ଆଉ ମୁଣ୍ଡ ରେ ତାର ହାତ ବୁଲେଇ ଏମିତି ଆଉ କେବେ କରିବିନି ବୋଲି କହିବି ।। କିନ୍ତୁ ସାହସ ବାନ୍ଧି ପାରିନାହାନ୍ତି ରମେଶ ବାବୁ।।।


ସବୁଦିନ ପରି ରାତି ଅପସରି ସକାଳ ହେଲା । କିନ୍ତୁ ବୁଲିର ମୁହଁ ରୁ ଉଦୟ ହୋଇନଥିଲା ହସ । ଆଶ୍ଚର୍ଯ୍ୟ ସକାଳୁ ଉଠି ହସି ହସି ଫାଟି ପଡୁଥିବା ବୁଲି ଆଜି ମଉଳା ଫୁଲ ପରି ଶୁଖି ଯାଇଛି । ଏ ମା ଏ ତୋର କଣ ହୋଇଛି ଆଖି ଛଳ ଛଳ ହୋଇ ପଚାରିଲେ ମୀନତି ଦେବୀ।ହେଲେ ବୁଲି କିନ୍ତୁ ଚୁପ । ଦିନ ପରେ ଦିନ ବିତି ଗଲା ହେଲେ ବୁଲି କିନ୍ତୁ ଆଉ ସେ ପୁରୁଣା ବୁଲି କୁ ଫେରିଲାନି । ନିଜକୁ ଏ ପାଇଁ ଖୁବ ଦୋଷୀ ଭାବୁଥାନ୍ତି ରମେଶ ବାବୁ ସେ ଦିନର ସେ ଟିକିଏ ତାଗିଦ ର ପ୍ରଚଣ୍ଡ ଦାଉ ସବୁ ସୁଖ ଶେଷ କରି ଦେଲା ତାଙ୍କ ସଂସାରର ।ବଦଳି ଗଲା ସମୟର ଚକ ପ୍ରଥମ ହେଉଥିବା ବୁଲି ଆଜି ଫେଲ । ଏ ପାଇଁ ଦାୟୀ କିଏ ବୁଲି, ନା ସେ ନିଜେ । ଅଶାର ମିନାର ଆଜି ତାଙ୍କର ମରୁଭୂମି ।ସୁନାର ସୌଧ ଗଢିବାକୁ ଯାଇ ସେ ଆଜି କଣ କଲେ.. ଦୁଃଖ ଯନ୍ତ୍ରଣା ର ତାଜମହଲ । ନିଜର ଅସହାୟତା ଟାକୁ ଲୁଚାଇବାକୁ ଯାଇ ଶେଷରେ ନିଜ ହାତରେ ସେ ନିଜ ଝିଅର ସୁଖ କୁ ବଳି ପକେଇଦେଲେ, ହେ ଭଗବାନ ମତେ କ୍ଷମା କରି ଦିଅ । ଭୁଲ ତ ମୋର ଶାସ୍ତି ମୁଁ ପାଇବି ହେଲେ ଏ ନିରୀହକୁ କାହିଁକି ପ୍ରଭୁ ।


ନିଅତି ର ଗତି କୁ କିଏ ଅବା ରୋକିବ । ଧୀରେ ଧୀରେ ବଦଳି ଗଲା ବୁଲି, ଆଉ ବୁଲି ର ପରିବେଶ ଏକୁଟିଆ ଚୁପ କରି ଘରେବସୁ ଥିବା ବୁଲି ଆଉ ଘରେ ରହୁନାଇ। ଗାଁ ବର ଗଛ ତଳେ ତ କେତେ ବେଳେ ପୋଖରୀ କୂଳରେ ଏକା କଣ ସବୁ ଗପୁଛି । ପାଖକୁ ଗଲେ ଚୁପ ହୋଇଯାଏ ସେ । ଝିଅର ଏମିତି ଅବସ୍ଥା ଦେଖି ଛାତି ଫାଟିଗଲା ବାପା ମା ଦୁହିଁଙ୍କର । କୋଉ ବାପା ମା ଅବା ସହି ଥାନ୍ତା । ଶେଷରେ ସହରର କୁ ନେଇ ଗଲେ ରମେଶ ବାବୁ । ମାନସିକ ଡାକ୍ତର କୁ ଦେଖା ଗଲା, କିନ୍ତୁ ସେ ଅବସ୍ଥାରୁ ବୁଲି କୁ ଆଉ ଫେରେଇ ହବନି କେବଳ ଭଗବାନ ହିଁ ସାହା ଶୁଣେଇ ଦେଲେ ଡାକ୍ତର । ଅସରାଏ ଦୁଃଖର ବାଦଲ ସାଥିରେ ବୁଲିକୁ ନେଇ ଗାଁ କୁ ଫେରି ଆସିଲେ ସେମାନେ। କାଚକଣ୍ଢେଇ ପରି ସୁନ୍ଦର ଦିଶୁ ଥିବା ଜୀବନ ରେ ଏମିତି ଅମାବାସ୍ୟା ଘୋଟି ଗଲାଯେ ଛାରଖାର କରି ପକେଇଲା ତା ଭବିଷ୍ୟତ କୁ । ବୟସ ବି ତାର କଡ ଲେଉଟାଇ ଲାଣି, କେବଳ ସ୍ମୃତି ଗୁଡାକର ପାଦ ଚିହ୍ନ ଛାତି ର ପଥ ରେ ପଡି ରହିଛି,, ମଣିଷ ଯେମିତି ସେମିତି, ବଦଳି ଯାଇଛି ଆଶା, ଆଉ ତାର ଗଠନ । ସେ ଦିନର ଟୁନି ମଉସା ର କଥା "ଦେଖିବ ରମେଶ ବାବୁ ଆମ ବୁଲି ଡାକ୍ତର ହେବ" ଭାବିଲା ବେଳକୁ ଚକେଇ ଆସେ ଆଖି ର ଲୁହ । ଯାହାକୁ ଡାକ୍ତର ହୋବାର ଥିଲା ସେ ଆଜି ବାୟାଣୀ ହୋଇ ଡାକ୍ତର ଖୋଜୁଛି .................. ।।।






ରାଜେନ୍ଦ୍ର ଗିରି
ଭୋଗରାଇ, ବାଲେଶ୍ୱର
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ୱର
(ସ୍ନାତକ ୨ୟ ବର୍ଷ ର ଛାତ୍ର)

Post a Comment

0 Comments