OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ପ୍ରେମ - ସନ୍ତୋଷ ପଟ୍ଟନାୟକ

ପ୍ରେମ - ସନ୍ତୋଷ ପଟ୍ଟନାୟକ

ପ୍ରେମ ହିଁ ଜୀବନ ପବିତ୍ର ବନ୍ଧନ
ପ୍ରେମେ ପୁଣି ଭଗବାନ
ପ୍ରେମ ଆମ ମାତା,ପିତା,ଗୁରୁଜନ
ପ୍ରେମେ ଜିଇଁଛି ଜୀବନ....

ପ୍ରେମ ନୁହେଁ ଖାଲି ଦୈହିକ ମିଳନ
ପ୍ରେମ ଅଟେ ଚିର ସୁନ୍ଦର
ପ୍ରେମିକାର ପ୍ରେମ ପ୍ରଣୟରେ ସିନା
ନୂତନ ସୃଷ୍ଟି ସମ୍ଭାର.....



ପ୍ରେମେ ବ୍ରତୀ ହୁଅ ସମର୍ପଣ ଭାବେ
ବିଭୂପଦେ ରହୁ ମନ
ପ୍ରେମରେ ହଜିଲେ ରାଗେ ଅନୁରାଗେ
ଜୀବନ ଦୁଲ୍ଲଭ ସମ.....

ପ୍ରେମ ତରଳାଏ କଠୋର ହୃଦୟ
ଗର୍ବକୁ କରଇ ଚୁର୍ଣ୍ଣ
ପ୍ରେମ ଏକତାର ମୂଳମନ୍ତ୍ର ଟିଏ
ପ୍ରେମରେ ବିଶ୍ବକୁ ଜିଣ.....



ପ୍ରେମ ଟା' ପ୍ରେରଣା ମାଦକତା ଭରା
ପ୍ରେମ ଉତ୍ସାହର ସୁଅ
ପ୍ରେମ ପରିଭାଷା ତ୍ୟାଗ,ସ୍ନେହ, ଶ୍ରଦ୍ଧା
ପ୍ରେମରେ ନିମଗ୍ନ ରୁହ.....

4 Comments

  1. ଶୁଭକାନ୍ତ ସାହୁMarch 29, 2018 at 2:19 PM

    ପ୍ରେମର ସୁନ୍ଦର ବାର୍ତ୍ତା

    ReplyDelete
  2. ପବିତ୍ର କୁମାର ନାୟକMarch 29, 2018 at 4:20 PM

    ଖୁବ୍ ସୁନ୍ଦର ବ୍ୟାଖ୍ୟା ସନ୍ତୋଷ ବାବୁ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।