Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ବୋଉ - ପରମିତା ମିଶ୍ର

Paramita Mishraପରମିତା ମିଶ୍ର
ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ: ୭୦୬୪୧୭୨୩୮୦

ବୋଉ ଘରୁ ଯିବା ପାଇଁ ଉଦ୍ୟତ ହେଉଥିଲା, ମନ ମାନୁ ନଥିଲା ସେ ଯାଉ ବୋଲି । ପିଲାଟି ଦିନରୁ ମୋ ବୋଉକୁ କାହା ସହ ବାଣ୍ଟିବାକୁ ମତେ ଭଲ ଲାଗେନି । କିନ୍ତୁ ଏବେ ସେ ମାତ୍ର କେତେ ଦିନ ପାଇଁ ପାଳି ହୋଇ ଯାଇଛି ଆମ ଭାଇମାନଙ୍କ ଭିତରେ । କେତେ ଦିନ ହେଲାଣି ସେ ଯିବା କଥା କହୁଥିଲା ତୋ ଉପରେ ବୋଝ ହେଇଯିବ ପୁଅ ଯାଏ ମୁଁ ଛାଡ଼ି ଦେଇ ଆସେ ମତେ । ମୁଁ ଶୁଣି ଅଶୁଣା କରି ଦେଉଥିଲି, ପୁଣି ଭାବିଲି ଆରେ ମୋ ଆଦାୟ କମ୍ କିନ୍ତୁ କ’ଣ ମୋ ମାଆକୁ ପୋଷି ପାରିବିନି ଠିକ୍ ଅଛି, ବୋଧେ ମୋ ବୋଉକୁ ମୋ ପଙ୍ଖା ପବନଠୁ ଏସି ପବନ ବେଶି ପ୍ରିୟ ତେଣୁ ତାକୁ ଛାଡ଼ିବାକୁ ବାହାରିଲି ।


ରାଗରେ ତା’ର ବ୍ୟାଗ୍ ଗୁଡ଼ିକୁ ଧରି ମୁଁ ଆଗରେ ବାହାରି ଗଲି ଆଉ ମୋର ଯିବା ଦେଖି ବୋଉ ତରତର ହୋଇ ମୋ ପଛରେ ବାହାରି ଆସିଲା । ଗେରୁଆ ରଙ୍ଗର ଲୁଗାରେ ଆଖିଯାକେ ତା’ର ଓଢ଼ଣା ଟାଣି ମୋ ପଛେ ସେ ଆସୁଥାଏ ରାସ୍ତା ସେପାଖେ ସାମାନ ରଖି ଦେଖେତ ରାସ୍ତା କଡ଼ରେ ହଠାତ୍ କଚାଡ଼ି ହୋଇ ପଡ଼ିଗଲା । ଦୌଡ଼ି ଯାଇ ଦେଖେତ ଜାଗା ଜାଗା ଖଣ୍ଡିଆ ହୋଇ ରକ୍ତ ବାହାରୁଛି ଦାନ୍ତ ଭାଙ୍ଗି ରକ୍ତ ଝରୁଛି । ସେ ଅବସ୍ଥା ତଥାପି ସେ କହୁଥାଏ “ମୁଁ ଆଉ ଉଠି ପାରୁନି । ହାତ ଗୋଡ଼ ଚଳିବନି ପୁଅ ଆଉ କେତେ ଦିନ ତୋ ପାଖରେ ରଖି ନେ ଆଉ କୁଆଡ଼େ ଯିବିନି ।”


ମୁଁ ବୁଝିପାରୁ ନ ଥିଲି ଯେ ମୁଁ ଠାକୁରଙ୍କୁ ଧନ୍ୟବାଦ ଦେବି ନା କୋଷିବି ! ରାତିରେ ବୋଉକୁ ଘୋଡ଼ାଘୋଡ଼ି କରି ଔଷଧ ଦେଇ ଶୁଆଇଲା ପରେ ତା’ଗୋଡ଼ ତଳେ ବସି ତା’କ୍ଷତ ଗୁଡ଼ିକ ଦେଖୁଥିଲି, ମୋ ଝିଅର କଥା କାନରେ ପଡ଼ିଲା, ତା’ମା’କୁ କହୁଥିଲା, “ବାପା ଯୋଉ ଶାଢ଼ିଟା ଜେଜିମା’ପାଇଁ ଆଣିଥିଲେ ସେଇଟା ଜେଜି ଏବେବି ବ୍ୟାଗ୍‌ରେ ଧରିକି ବୁଲୁଛି କାଲି ଲୁଗା ସଜାଡ଼ିଲା ବେଳକୁ ପଚାରିବାରୁ କହୁଥିଲେ, “ଏଇଟା ମୋ ବ୍ୟାଗ୍‌ରେ ପଡ଼ିଥାଉ ମୋର କେତେବେଳେ କ’ଣ ହେବ, ମୁଁ ମଲେ ଏ ଲୁଗା ପିନ୍ଧେଇ ମତେ ପୋଡ଼ିବ ।”


ମୁଁ ରାଗି କି ବୋଉକୁ ଆଉ ଲୁଗା ଦେଇନଥାଏ ଯେ ସେ ଖାଲି ଭାଇମାନଙ୍କ ଦେବା ଦାମିକା ଲୁଗା ହିଁ ପିନ୍ଧେ ବୋଲି । ବୋଉର ମୁହଁକୁ ଦେଖି ଆଖିରୁ ଦୁଇଧାର ଲୁହ ଝରିଗଲା । ଅନ୍ଧାର ଘରେ ଧିରେ ତାରି ପଣତକୁ ଟାଣି ମୁଁ ଲୁହକୁ ପୋଛି ପକେଇଲି ।

Post a Comment

6 Comments

  1. Santoshpattnayak12/11/2017

    So beautiful....

    ReplyDelete
  2. Paramita mishra12/12/2017

    ଧନ୍ୟବାଦ ସାର୍

    ReplyDelete
  3. Anonymous12/12/2017

    Beautiful Rima

    ReplyDelete
  4. Paramita mishra12/12/2017

    କ୍ଷମା କରିବେ. ଆପଣଙ୍କ ନା ଜାଣି ପାରେ କି?

    ReplyDelete
  5. Sarika Sai2/12/2018

    Aapanka pratek Galpa hrudaya sparshi hoe thaye... Bahut bhala...

    ReplyDelete
  6. Paramita2/22/2018

    ଅଶେଷ ଧନ୍ୟବାଦ ଆଜ୍ଞା. ଆପଣଙ୍କ ପ୍ରେରଣା ମୋ ଲେଖା ର ଉତ୍ସ.?

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।