ତୁମେ ଆସିବ ବୋଲି - ବିଶ୍ୱଜିତ ନାୟକ

0

ତୁମେ ଆସିବ ବୋଲି 
ଆଜି ଆକାଶରେ 
ମେଘର ଚିହ୍ନ ବର୍ଣ୍ଣ ନାହିଁ 
ଜହ୍ନର କଳଙ୍କ ବି 
ଆଜି ଯାଇଛି ଉଭେଇ 
ଗୋଲାପ ବି ତୁମ ପାଇଁ 
ହୋଇଛି ସଜେଇ !

ତୁମେ ଆସିବ ବୋଲି 
କେତେକଥା ଭାବେ 
ତୁମକୁ ମୁଁ ନେଇ
ନିଦ ମୋ ଆଖି କୁ 
ଟିକେ ବୋଲି ନାହିଁ 
ମନରେ ମୋ ଝଡ଼ ଉଠେ 
ଖାସ ତୁମ ବାଟ ଚାହିଁ    !

ତୁମେ ଆସିବ ବୋଲି 
ସାଗରରେ ଆଜି 
ଜୁଆର ବି ନାହିଁ 
କଇଁ ହସେ 
ତା'ର ଜହ୍ନ କୁ ଚାହିଁ 
ନଈ ବି ଭାଗ ହୋଇଯାଏ 
ତୁମ ବାଟ ପାଇଁ   !

ତୁମେ ଆସିବ ବୋଲି 
ଲେଖେ କେତେ ମୁଁ କବିତା 
କେବଳ ତୁମରି ପାଇଁ 
ତୁମର ସେ ଦୁଇ ଆଖି 
ମୋତେ ନେଇଛି ଚୋରାଇ 
ଆସିଲେ କହିଦେବି 
ତୁମେ କେବଳ ମୋ ପାଇଁ 
କେବଳ ମୋ ପାଇଁ  !

ତୁଣ୍ଡପଡ଼ା, କେଦାରପୁର
ସୋରୋ, ବାଲେଶ୍ୱର
ମୋ - ୭୯୭୮୨୫୬୩୮୬

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)