
ଜାଗ ଜାଗ ଦୁର୍ଗେ ଜାଗ ଜଗଦମ୍ବେ,
ଜାଗ ଦୁର୍ଗତି ନାଶିନୀ ମାତଃ ଅମ୍ବେ,
ଜାଗ ଶଙ୍କରୀ ଈଶ୍ଵରୀ ମହେଶ୍ଵରୀ,
ଜାଗ ମହିଷାମର୍ଦ୍ଦିନୀ ଜାଗ ଶିବେ ॥
ଜାଗ ଦଶପ୍ରହରଣ ଧାରିଣୀ ଶର୍ବାଣୀ
ଜାଗ ସିଂହବାହିନୀ ମା ତ୍ରିଶୂଳଧାରିଣୀ,
ଜାଗ ଅନଳ ସଂଭୂତା ବିଶ୍ଵ ଜନ ମାତା,
ଜାଗ ଶକ୍ତି ସ୍ଵରୂପିଣୀ କରାଳ ଲୋଚନୀ
ଜାଗ ଦୈତ୍ୟ ଦଳିନୀ ଦିବ୍ୟପ୍ରଭେ ॥
ଦେହି ଶୌର୍ଯ୍ୟ ସୁରେଶ୍ୱରୀ ଶୌର୍ଯ୍ୟମୟୀ
ଦେହି ବିଜୟ ବିଜୟା ଦୟାମୟୀ,
ଦେହି ପରମ ଆନନ୍ଦ ପରମେଶ୍ଵରୀ ମା
ତବ ଚରଣେ ଶରଣ କରୁଶା କାରିଣୀ
ଦେହି ତାରଣ ତରଣୀ ଭାବାର୍ଣ୍ଣବେ ॥
ଭୁବନେଶ୍ୱର, ଓଡିଶା
VOL.IX, ISSUE.IX, SEPTEMBER-2025
Published By Banamallira Mahak