ଗୋଲାପୀ ଲଫାପା - ବିଶ୍ୱଜିତ ନାୟକ

0

କେହି ଜଣେ କହିଦେଲା 
ତୁମ ହାତେ ଥିଲା 
ମୋ ଠିକଣାରେ 
ଏକ ଗୋଲାପୀ ଲଫାପା ।

ଏମିତି ତ ତୁମ ସହ 
ନିତିଦିନ ଦେଖା ହୁଏ 
ଓଠରେ ପାଟିରେ ନୁହେଁ 
ଆଖିରେ ଆଖିରେ କଥା ହୁଏ । 

ଆଜି ଏମିତି କଣ ଗୋଟେ 
କହିବ ଯେ
ତୁମ ହାତେ ଅଛି 
ଏକ ଗୋଲାପୀ ଲଫାପା ।

କଣ ଗୋଟେ ଲେଖିଥିବ 
ଏହି କଥା ଭାବି 
ଆଜିକାଲି ସବୁ ରାତି 
ମୋର ଅନିଦ୍ରାରେ କଟୁଛି 
ମନ ଭିତରେ 
ଏକ ଅଜଣା ଡର 
ରାଜୁତି କରୁଛି ।

ତୁଣ୍ଡପଡ଼ା, କେଦାରପୁର
ସୋରୋ, ବାଲେଶ୍ୱର
ମୋ - ୭୯୭୮୨୫୬୩୮୬

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)