
ମା ଗୋ ଜନନୀ ଯୋଗିନୀ ଯୋଗମାୟା,
ମା ଗୋ ଜଗତମୋହିନୀ ଶିବଜାୟା,
ମା ଗୋ ବରଦାତ୍ରୀ ମା ଗୋ ଶୈଳ ପୁତ୍ରୀ
ତୁ ତ ଆନନ୍ଦଦାୟିନୀ ମହାମାୟା ॥
ତୁ ମା ଅଭୟ ଦାୟିନୀ ଶୁଭାଙ୍ଗିନୀ
ତୁ ମା କଳୁଷ ହାରିଣୀ ସୁଲୋଚନୀ,
ମା ଗୋ ମନ୍ଦାର ମାଳିନୀ ତ୍ରିଶୂଳଧାରିଣୀ,
କିଏ କଳି ବା ପାରିବ ତୋର ଦୟା ॥
ଦଶଭୁଜା ଦଶ ଦୋଷ ନିବାରିଣୀ
ସିଂହ ବାହିନୀ ମହିଷା ବିମର୍ଦ୍ଦିନୀ,
ତୁ ମା କାଳିକା ଚଣ୍ଡିକା ବହ୍ନିଶିଖା
ରଣରଙ୍ଗିନୀ ଭୈରବୀ ଲୋଳଜିହ୍ଵା ॥
ଭୁବନେଶ୍ୱର, ଓଡିଶା
VOL.IX, ISSUE.IX, SEPTEMBER-2025
Published By Banamallira Mahak