
ଭାବ ଅନୁଭବ ସୀମା ସରହଦ
ଘୁଂଚାଇ ଦିଅ ହେ ଯୋଜନ ଯୋଜନ,
ପାଦେ ପାଦେ ଯାଇ ଅଧୀର ହୁଏ ମୁଁ,
ବ୍ୟତିବ୍ୟସ୍ତ ହେଇଯାଏ ଏ ଜୀବନ ॥
ବିଷାଦ ବିଧୁର କାହିଁ ହେବ ମନ,
ଅସୀମ ଅନନ୍ତ ହେ ଆନନ୍ଦ ସିନ୍ଧୁ
କରେ ଯାଇଁ ତହିଁ ମୁଁ ଅବଗାହନ ॥
ସୁଖର ଦୁଃଖର ଅଗଣିତ ଊର୍ମ୍ମି
କରି ଚାଲେ ଅନାୟାସେ ଆଲିଙ୍ଗନ ॥
ଭୁବନେଶ୍ୱର, ଓଡିଶା
VOL.IX, ISSUE.IX, SEPTEMBER-2025
Published By Banamallira Mahak