ପାଇଗଲି କବି ମୂଲ - ତାରାପ୍ରସାଦ ଜେନା

0

ଭାବିଥିଲି ଦିନେ ମନ ଆକାଶରେ 
ଫୁଟାଇବି ତାରା ଫୁଲ 
କେହି ନକହିଲେ ବି ତୁମେ କହିଦେବ 
କବି ପ୍ରିୟ ମୋର ଭଲ 
ଭାବିଥିଲି ଦିନେ ମନ ଆକାଶରେ....॥୦॥

ଭସା ବାଦଲରେ ହସ ଉକୁଟିବ 
ଅନୁଗାମୀ ତୋଫା ଜହ୍ନ 
ବାଙ୍କ ଚାହାଣିରେ ତୁମ କାହାଣୀକୁ 
ଲେଖିଦେବି ଓଠେ ଚିହ୍ନ, 
ସରମରେ ତୁମେ ନରମୀ ଗୋ ଯିବ 
ଆଉଜି ମୋ ଛାତି ଗେଲ 
ଭାବିଥିଲି ଦିନେ ମନ ଆକାଶରେ....॥୧॥

ମାୟାଧର 'ଧୂପ' ତୁମେ ଚିତ୍ରଲେଖା 
ଅଳସର ହେମ ଗୋରୀ 
ପ୍ରଣୟର ରଙ୍ଗ ଫିକା ପଡ଼ିବନି 
କରିଦେଲ ଚୁକ୍ତି ଭାରି, 
ଜୀବନ ମୋ ଧନ୍ୟ ହୋଇଗଲା ସତେ 
ପାଇଗଲି କବି ମୂଲ 
ଭାବିଥିଲି ଦିନେ ମନ ଆକାଶରେ....॥୨॥

ରାଜ ରଣପୁର, ଜିଲ୍ଲା-ନୟାଗଡ଼, 
ମୋ - ୯୩୪୮୦୫୪୩୦୦

VOL.IX,  ISSUE.I,  JANUARY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)