
ସଂସାର ରଙ୍ଗମଞ୍ଚରେ ଜୀବନ ଏକ ନାଟକ
ସେହି ନାଟକର, ମୁଁ ଯେ କଳାକାର
ଆସିଥିଲି ଏକା, ଯିବି ଏକା ଏକା
ନିଜର କେ କେତେଦିନ କରିବେ ବିଳାପ, ରେ
ସଂସାର ରଙ୍ଗମଞ୍ଚରେ ଜୀବନ...॥
ଭୁଲି ଯାଇ ପ୍ରତିଶୃତି, ଅପଥେ କରିଲି ଗତି
ତେଣୁ ଏ ଜୀବନ, ହୁଏ ହୀନିମାନ
ଦୁଃଖ କଷଣରେ, ବିପଦ ଶଙ୍କୁଳେ
ହେଳେ ଦୁଖାନଳେ ଜଳେ
ନଦିଶଇ ପଥ, ରେ
ସଂସାର ରଙ୍ଗମଞ୍ଚରେ ଜୀବନ...॥
ସ୍ଵାର୍ଥ ପାଇଁ ଦିନରାତି,
ମଦ ମତ୍ତେ ତୁଛା ପ୍ରୀତି
ଜୀବନ ଯୌବନ, କରି ଅକାରଣ
ହିଂସା ପ୍ରତିହିଂସା, ଅସୂୟାର ଭାଷା
ଦୁର୍ଲଭ ନର ଜନ୍ମକୁ କରିଛି ନିରେଖ, ରେ
ସଂସାର ରଙ୍ଗମଞ୍ଚରେ ଜୀବନ...॥
ବଳକାଳୁ ଭୁଲା ପଥ,
ସ୍ଵାର୍ଥାର୍ଥେ ବଳିଲା ଚିତ
ବହି ଯିବା ପାଣି, ଉଚ୍ଚାରଣେ ଜ୍ଞାନୀ
ସଞ୍ଜମ ନଥିଲେ, ବିପଦ ସଂକୁଳେ
କରୁଣ ବେଦନା ଭୋଗ
ହୁଅଇ ପ୍ରାପତ, ରେ
ସଂସାର ରଙ୍ଗମଞ୍ଚରେ ଜୀବନ...॥
ଐଶ୍ଵରୀୟ କ୍ରାନ୍ତି ପ୍ରୀତି,
ଲୁପ୍ତ ତୁଛ ପୁଂଶ ଶକ୍ତି
ପ୍ରକୃତି ଝୁରଇ, ସତ୍ପୁରୁଷ କାହିଁ
ମହତ ଜୀବନ, ବିଳପିତ ପ୍ରାଣ
ଲିହିଛି ବିଧାତା ଭୋଗ
ତେମନ୍ତେ ତାର ସଂଳାପ, ରେ
ସଂସାର ରଙ୍ଗମଞ୍ଚରେ ଜୀବନ...॥
ଅନ୍ଧାର ଆସୁଛି ମାଡି, ଜୀବନ ଯାଏ ଉଜୁଡି
ସୁଖ ଭୋଗ କାହିଁ, ଯହିଁ ଧର୍ମ ନାହିଁ
ଅଲଭ୍ୟ ଜନମ, ହେଲା ଅକାରଣ
ଛଳନା କରେ ଈଶ୍ବର ହରଇ ବିବେକ,ରେ
ସଂସାର ରଙ୍ଗମଞ୍ଚରେ ଜୀବନ...॥
ମଙ୍ଗଳାଯୋଡି, ଖୋର୍ଦ୍ଧା
VOL.IX, ISSUE.I, JANUARY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।