
ଦିନେ ହଠାତ ଘରୁ ରାଗିକି ବାହାରି ପଳେଇ ଆସିଲି । ଏତେ ରାଗି ଯାଇଥିଲିଯେ, ବାପାଙ୍କ ପର୍ସ ଆଉ ମାଆ ଛୋଟ ଡବାରେ ରଖିଥିବା କିଛି ଟଙ୍କା ନେଇ ପଳେଇ ଆସିଲି । ମନେ ମନେ ଭାବୁଥିଲି ଯଦି ବାଇକ କିଣି ନଦେଇ ପାରିବ ତାହେଲେ କାହିଁକି ରାଜେନ୍ଦ୍ର କଲେଜରେ ନାମ ଲଖାଉଥିଲ । ବାଇକ ବିନା ମୁଁ କଲେଜ ଯିବିନି । ଆଉ ଘରକୁ ଫେରିବିନି ଏମିତି ଭାବନା ନେଇ ମୁଁ ବସଷ୍ଟାଣ୍ଡ ପହଞ୍ଚି ଗଲି । ବସଷ୍ଟାଣ୍ଡରେ ପହଞ୍ଚି ଜାଣିଲି ଯେ, ବସ ଆସିବା ପାଇଁ ଏବେ ଆହୁରି କିଛି ସମୟ ବାକି ଅଛି । ତେଣୁ ମୁଁ କିଛି ସମୟ ସେଠି ବସିଲି । ସେଠି ବସି ବସି ହଠାତ ମନେ ପଡ଼ିଲା, ବାପାଙ୍କ ମନିପର୍ସ ଆଉ ମାଆ ରଖିଥିବା ଛୋଟ ଡବାର ଟଙ୍କା ମୁଁ ସାଙ୍ଗରେ ନେଇ ଆସିଛି । ଯୋଉ ପର୍ସକୁ ସେ କେବେ କାହାକୁ ହାତ ଲଗେଇବା ପାଇଁ ଦିଅନ୍ତି ନାହିଁ, ଏମିତି କି ମୋ ମାଆକୁ ବି ନୁହଁ । ପର୍ସରେ କେତେ ପଇସା ଅଛି ବୋଲି ଖୋଲିଲା ବେଳକୁ ସେଥିରୁ ବାହାରିଲା କୋଡିଏ ରୁ ତିରିଶ ଟଙ୍କା ଆଉ ମୋଡ଼ା ହେଇଥିବା ତିନିଟା କାଗଜ । ସେ କାଗଜ ସବୁକୁ ଖୋଲି ମୁଁ ପଢ଼ିଲି । ପଢ଼ି ସାରି ମୁଁ ପୁରା ନିସ୍ତବ୍ଧ ହେଇଗଲି । ପ୍ରଥମ କାଗଜରେ ଲେଖାଥିଲା "ମୋର ପାଠପଢା ପାଇଁ ବ୍ୟାଙ୍କରେ ଥିବା ଋଣ ଆଉ ଲାପଟପ କିଣା କଥା । ହଁ ମୋ ପାଖରେ ଗୋଟେ ଲାପଟପ ଥିଲା ଆଉ ବାପା ସେଟା କିଛି ମାସ ଆଗରୁ କିଣି ଦେଇଥିଲେ । କିନ୍ତୁ ଲାପଟପକୁ କିଣିବା ପାଇଁ ଋଣ ଆଣିଛନ୍ତି ସେ କଥା କେବେ ମତେ କି ମାଆକୁ କହି ନାହାନ୍ତି । ଦ୍ୱିତୀୟ କାଗଜ ଖୋଲି ପଢ଼ିଲି, ଗୋଟେ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଥିଲା ଆଉ ସେଥିରେ ଲେଖା ଥିଲା ଯେ "ଦୈନିକ ଔଷଧ ବ୍ୟବହାର କରନ୍ତୁ ନହେଲେ ଦେହ ଭଲ ହେବା ବଦଳରେ ଆହୁରି ଖରାପ ହେବ ।"
ମୋର ମନେ ନାହିଁ ବାପା ବେଳେ ବେଳେ ଅସୁସ୍ଥତା ଅନୁଭବ କରନ୍ତି । ମାଆ ଡାକ୍ତରଙ୍କୁ ଦେଖାଇବାକୁ କହିଲେ, ଆଜି ଟିକେ ଭଲ ଲାଗୁନି କହି, ଏଥିପାଇଁ ଡାକ୍ତରଙ୍କ ଆବଶ୍ୟକତା ନାହିଁ କହି କଥାଟାକୁ ଏଡାଇ ଦିଅନ୍ତି । ତା'ପରେ ଶେଷ କାଗଜଟି ଖୋଲି ପଢ଼ିଲି, ସେଇଟା ଗୋଟେ ବାଇକ ସୋ-ରୁମର କାଗଜ ଥିଲା । ଯୋଉଠି ଲେଖା ଥିଲା "ପୁରୁଣା ଗାଡି ବଦଳରେ ନେଇଯାନ୍ତୁ ଗୋଟେ ନୂଆ ଗାଡି ।" ମନେ ପଡ଼ିଲା ଆମର ଗୋଟେ ପୁରୁଣା ଲୁନା ଗାଡି ଅଛି, ଆଉ କିଛି ଦିନ ତଳେ ସେ କହୁଥିଲେ ଗାଡିଟାକୁ ବିକି ଦେବେ ବୋଲି । ଏବେ ମୁଁ ଜାଣି ପାରିଲି କାହିଁକି ସେ କହୁଥିଲେ ଲୁନା ଗାଡି ବିକି ଦେବେ ବୋଲି, ମତେ ଗୋଟେ ନୂଆ ବାଇକ କିଣି ଦେବା ପାଇଁ ।
ଏସବୁ ପଢି ଜାଣି ସାରିବା ପରେ, ମାଆଙ୍କ ଛୋଟ ଡବା ପଢିଲି, ସେଥିରୁ ବି ଦଶ ରୁ କୋଡିଏ କଏନ ଟଙ୍କା ପାଇଲି ଆଉ ତିନୋଟି ଚିମୁଟା ହେଇଥିବା କାଗଜ ବି ପାଇଲି । ପ୍ରଥମ କାଗଜରେ ଲେଖାଥିଲା, ମୋ ପଢିବା ପାଇଁ ମାଆ ସୁନା, ଗହଣା ସହିତ ମଙ୍ଗଳସୂତ୍ରକୁ କରଜ ଦେଇଥିବା ତାରିଖ ଆଉ ମୋ ପୁଅ ତ ମୋ ପାଇଁ ଅମୂଲ୍ୟ ସମ୍ପଦ । ଭଗବାନଙ୍କୁ ଧନ୍ୟବାଦ ଯେ, ମତେ ପୁଅଟିଏ ଦେଇଛନ୍ତି । ଦ୍ୱିତୀୟ କାଗଜଟି ପଢି ସାରି ଜାଣିପାରିଲି, ମାଆ ଗୋଟିଏ ବର୍ଷ ହେବ ଶାଢୀ କିଣିନଥିଲା । ଚିରା ଆଉ ଦଦରା ଶାଢୀ... ମୁଁ ଯେବେ କହିଲେ, କହୁଥିଲା ଆଣିବା । କେବେ ବି ବାପାଙ୍କୁ ମୋ ଶାଢୀ ଚିରିଗଲାଣି ନୁଆ ଗୋଟେ ଆଣି ଦେବ ବୋଲି କହିବା ମୁଁ ଶୁଣିନି । ତୃତୀୟ କାଗଜରେ ଲେଖାଥିଲା, ମୋ ଜନ୍ମ ହେବା ଦିନଠୁ ଦୈନିକ କିଛି କଏନ ସଞ୍ଚୟ କରି ରଖିଥିବା ସେ ମାଟି କୂପିର ପାଖାପାଖି କୋଡିଏ ହଜାର ଟଙ୍କା । ଯାହା ସେ ବାପା କି ମତେ ବି ଜଣେଇ ନଥିଲା । ବାପା ଆଉ ମାଆଙ୍କ ଏ ସବୁ କାଗଜ ପଢିସାରିଲା ପରେ ମୁଁ ପୁରା ଏକ ମୁହାଁ ହେଇ ଘରକୁ ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲି । ମାଆ ପଚାରିଲା କଣ ହେଲା ? ମାଆକୁ କୁଣ୍ଢେଇ ପକେଇ, ମୋର ଭୁଲ ହେଇ ଯାଇଛି, ମତେ କ୍ଷମା କରିଦେବାକୁ କହିଲି । ମାଆ ହସିକି କହିଲା କଣ ହେଇଛି ତୋର ? ଯେତେବେଳେ ଛୋଟ ଡବାଟିକୁ ଦେଖେଇ ଦେଲି ସେ ବି ମତେ ଜାବୁଡି ଧରି କାନ୍ଦିବାକୁ ଲାଗିଲା । ତା ପରେ "ବାପା କୋଉଠି?" ପଚାରିବାରୁ ସକାଳୁ ଲୁନା ଗାଡିକୁ ନେଇ କୁଆଡେ଼ ଯାଇଛନ୍ତି ବୋଲି । ମୁଁ ବୁଝିଗଲି ବାପା ନିଶ୍ଚୟ ସେ ଗାଡି ସୋ-ରୁମ ଯାଇଥିବେ । ଏହା ପରେ ମୁଁ ସୋ-ରୁମ ଆଡକୁ ଦୌଡ଼ିଲି । ଆଉ ଦେଖିଲି ବାପା ଖରାରେ ଗୋଟେ ଧାଡିରେ ଛିଡ଼ା ହେଇଛନ୍ତି । ଯେଉଁଠି ଲୁନା ଗାଡି ଏକ୍ସଚେଞ୍ଜ ଚାଲିଥିଲା । ମୁଁ ସେଠାରେ ପହଞ୍ଚି ବାପାଙ୍କୁ ଜାବୁଡି ଧରି ତାଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲି । କାନ୍ଦୁ କାନ୍ଦୁ ବାପା ବି ଭାବପ୍ରବଣ ହୋଇଗଲେ । ମୁଁ କହିଲି "ବାପା ମୋର ଭୁଲ ହେଇଯାଇଛି, ମୋର ବାଇକ ଦରକାର ନାହିଁ, ଆଗ ତୁମ ପାଇଁ ଔଷଧ କିଣ ।" ବାପାଙ୍କ ପର୍ସ ଆଉ ତିନୋଟି କାଗଜ ଲେଖା ଦେଖାଇ ଏବେ ମନ ଦେଇ ପଢ଼ିବି ଆଉ ତୁମ ପାଇଁ ଗୌରବ ଆଣିବି କହି ପ୍ରତିଶୃତି ଦେଲି ।
ମାଆ ହେଉଛି ମାଟି ଆଉ ଆକାଶର ଏମିତି ଏକ ମିଳନ ସ୍ଥଳ ଯେଉଁଠି ଆମ ସବୁ ରାଗ, ଦୁଃଖ, ଯନ୍ତ୍ରଣା, ଅଭିମାନ, କଷ୍ଟ ଜମା ରଖି ପ୍ରତି ବଦଳରେ ସ୍ନେହ, ପ୍ରେମ, ଶାନ୍ତି, ବିଶ୍ୱାସ, ଭରସା ଆଉ ସାହସ ପାଇଥାଉ । କିନ୍ତୁ ବାପା ହେଉଛନ୍ତି ବାୟୁ ଆଉ ପାଣିର ଏମିତି ଏକ ସମାହାର ଯିଏ ଆମ ଜୀବନରେ କେତେବେଳ ସମୁଦ୍ରର ଢେଉ ତ କେତେବେଳେ ନିଦାଘର ଝାଞ୍ଜି, ପୁଣି ଆଉ କେତେବେଳେ ମୌସୁମୀର ମଳୟ ସଦୃଶ ।
ଶେଷରେ ଏତିକି କହିବି - ବାପା ଓ ମାଆର ଅର୍ଥ= ବାୟୁ-ପାଣି-ମାଟି-ଆକାଶର ସମ୍ମିଳନ ଯାହାଙ୍କର ଆଶିର୍ବାଦ ବିନା ପ୍ରକୃତି ତିଷ୍ଠିବା ବି ଅସମ୍ଭବ ଆମେ ତ ସାଧାରଣ ମଣିଷ !
ବଙ୍କିଆ, ବୀ.ମା.ପୁର, ସୋନପୁର
ଦୂରଭାଷ - ୯୪୩୯୧୪୦୮୧୪