ଜଣାଇଲି ହସି ହସି,
ସବୁ ଦିନ ରାତି ତୁମକୁ ଶୁଭେଚ୍ଛା
ଜଣାଏ ଜଗତପତି ॥
ପୁରୁଣା ଜଞ୍ଜାଳ ପୁରୁଣା ଯନ୍ତ୍ରଣା
ପୁରୁଣା ହୋଇଛି ମୋର,
ଯାହା ଇଚ୍ଛା ତବ ନୂଆ କିଛି ଦିଅ
ଭୋଗିବି କରି ଆଦର ॥
ତୁମେ ତ ଦେଉଛ ବୋଲି ଶରଧାରେ
ହସି ହସି ନେଉଥିବି,
ଯାତନା କଷଣ ଯାତକରେ ଲେଖା
କିମ୍ପାଇଁ ମୁଁ ଦୋଷଦେବି ॥
ସହିବାକୁ ଦିଅ ଶକତି ଓ ଧୈର୍ଯ୍ୟ
ଆନନ୍ଦରେ ସହୁଥିବି,
ଚାରି ଯୁଗକୁ ହେ ମଣିମା ତୁମକୁ
ସାଆନ୍ତ ରୂପେ ଦେଖିବି ॥
ତୁମେ ଭୋଗିଥିଲ ମୁଁ ଆଜି ଭୋଗୁଛି
ନୁହେଁ କଥା ବଡ଼ ଏହି,
ଚକାନୟନରେ ଦେଖିବ ଟିକିଏ
ଅନୁରୋଧ ଭାବଗ୍ରାହୀ ॥
ଫକୀରମୋହନ ନଗର, ବାଲେଶ୍ଵର