ମୁଁ - ସର୍ବାଣୀ ଦାସ

1

ଏ ଶୀତ ସହରର ଛାତି ତଳେ ଜଳେ
ବେଦନାର ମରୁଭୁଇଁ,
ନୀରବ ନଈର ରିକ୍ତ ନାଉରୀ ମୁଁ
କୂଳ କଥା ଭାବେ ନାହିଁ ॥

କେନ୍ଦେରା ଶବଦେ ହଜିଯାଉଥିବା
ମୁଁ ନିରାସକ୍ତ ଯୋଗୀଟିଏ,
ସଂସାର ହାଟର ସୁଖ ଓ ଦୁଃଖରେ
ମୋର ଅବା କିସ ଯାଏ ॥

ନିର୍ଧୂମ ଝାଞ୍ଜିର ଖରାବେଳ ସିଏ
ମୁଁ ନିର୍ଜନ ନଈପଠା,
ଭୋଦୁଅର ସିଏ ଅସରନ୍ତି ଗପ
ମୁଁ ଯେ ଛଳ ଛଳ ନୀରବତା ॥

ପଥୁରିଆ ସାହି, ପଣ୍ଡିତ ମଠ ନିକଟ, ପୁରୀ


Post a Comment

1Comments
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ